ଅଜଣା ରୋଗ ଗ୍ରାସରେ ଚାଷ : ଚାଷୀକୁଳର ମେରୁଦଣ୍ଡ ହେଲା ଦୁର୍ବଳ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅଧୀନସ୍ଥ ଟେମେରୀ ଅଂଚଳରେ ବ୍ୟାପକ ଭାବେ ଅଜଣା ରୋଗ ବ୍ୟାପି ହଜାର ହଜାର ଏକର ଧାନ ଚାଷ ନଷ୍ଟ ହେବାରେ ଲାଗିଲାଣି । ବିଭିନ୍ନ ପ୍ରକାରର କୀଟନାଶକ ଓୌଷଧ କ୍ରୟ କରି ଚାଷୀ ଚାଷକୁ ରକ୍ଷା କରିବାକୁ ଚେଷ୍ଟା କଲେ ମଧ୍ୟ କରୋନା ଭଳି ଛାଡିବାର ନାଁ ନେଉନି । ଲକଡାଉନ ସମୟରେ ଚାଷକାର୍ୟ୍ୟକୁ ଆଗେଇ ନେବା ସକାଶେ ଚାଷୀ ମହାଜନମାନଙ୍କ ଠାରୁ ଧାରକରଜ କରି ସୁନାର ଫସଲକୁ ଭଲ ଅମଳ ହେବ ଭାବି କଠିଣ ପରିଶ୍ରମ କରିଥିଲେ ସତ, କିନ୍ତୁ ପ୍ରକୃତିର କରାଳଗ୍ରାସରେ ଆଜି ମାନବ ଜାତି ଛପପଟ ହେବାରେ ଲାଗିଲେଣି ।

ଏପଟେ ଆତଙ୍କର କଳାବାଦଲ କରୋନା ଆଗକୁ ଆଗକୁ ବଢ଼ି ଚାଲିଥିଲା ବେଳେ ସମଗ୍ର ଚାଷୀକୁଳ ଅଜଣା ରୋଗର ଶିକାରରେ ନିଜର ସୁନାର ଫସଲ ଠିଆଠିଆ କ୍ଷତି ହେବା ଦ୍ୱାରା ମୁଣ୍ଡରେ ହାତ ଦେଇ ବସି ପଡିଲାଣି । ଯେ ମୁଣ୍ଡର ଝାଳ ତୁଣ୍ଡରେ ମାରି ସମଗ୍ର ପୃଥିବୀକୁ ଆହାର ମୁଠାଏ ଯୋଗାଉଛି, ତାଙ୍କ ପାଖକୁ କୃଷି ବିଭାଗୀୟ କ୍ଷେତ୍ର ପରିଦର୍ଶକମାନେ ଏଭଳି ସମୟରେ ଆସି ଦିଗଦର୍ଶକ ଭାବେ ଛିଡା ହେବା ଉଚିତ । ପରିତାପର ବିଷୟ ଏହି କି ଅଦ୍ୟାବଧି କ୍ଷେତ୍ର କର୍ମଚାରୀଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗିନି । ଏ ବିଷୟରେ ଏଠାକାର ଚାଷୀବୃନ୍ଦ ମିଳିତ ହୋଇ ଲିଖିତ ଭାବେ କୃଷିଅଧିକାରୀ ପାଇକମାଲ, ଉପଜିଲ୍ଲାପାଳ ପଦ୍ମପୁର ଓ ପାଇକମାଲ ତହସିଲଦାରଙ୍କୁ କ୍ଷତି ଆକଳନ କରି ସହାୟତା ରାଶି ପ୍ରଦାନ ଦିଗରେ ଦୃଷ୍ଟି ଦେବାକୁ ପ୍ରବଳ ଦାବୀ ହେଉଛି ।

Leave A Reply

Your email address will not be published.