ଝାରବନ୍ଧ କଲେଜରେ ‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ଏନ୍‌ଏସ୍‌ଏସ୍‌ ୟୁନିଟ ତରଫରୁ ‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ୟାମସୁନ୍ଦର ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଝାରବନ୍ଧ ଥାନା ଅଧିକାରୀ ସୁଚିସ୍ମିତା ମହାନ୍ତି, ସମ୍ମାନୀତ ଅତିଥି ଭାବରେ କଲେଜ ପରିଚାଳନା କମିଟିର ସଭାପତି ନନ୍ଦଲାଲ ମହାପାତ୍ର ଓ ଝାରବନ୍ଧ ସିଆର୍‌ପିଏଫ୍‌ ମୁଖ୍ୟ ଯୋଗ ଦେଇଥିଲେ । ପ୍ରାରମ୍ଭିକ ସଙ୍ଗୀତ ଓ ଭାରତମାତା ପଟ୍ଟଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ସଭା ଆରମ୍ଭ ହୋଇଥିଲା । ଅତିଥିମାନେ ନିଜ ବକ୍ତବ୍ୟରେ ଦେଶ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ଯବାନମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଗଗନ ବିହାରୀ ଦଂଶନା ସ୍ୱାଗତ ଭାଷଣ ଦେଇଥିବା ବେଳେ ସାର୍ତ୍ତିକ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ସଭା ପରେ ଏନ୍‌ଏସ୍‌ଏସ୍‌ ୟୁନିଟ୍‌ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ରୀତାଞ୍ଜଳି ଗୁରୁଙ୍କ ନେତୃତ୍ୱରେ ଅତିଥି ମାନେ ଛାତ୍ରଛାତ୍ରୀଙ୍କ ସହ ବୃକ୍ଷ ରୋପଣ କରିବା ସହ ଦେଶ ରାଜଧାନୀ ଦିଲ୍ଲୀକୁ ଝାରବନ୍ଧ ମାଟି ପ୍ରେରଣ ପାଇଁ, କଳସୀରେ ମାଟି ସଂଗ୍ରହ କରିଥିଲେ । ସଭାରେ ଡଃ ରଶ୍ମି ରଞ୍ଜନ ମହାନ୍ତି, ସୁଶ୍ରୀ ଯାଜ୍ଞସେନୀ ନାୟକ, ନବୀନ କୁମାର ମେହେର, ଡଃ ଖ୍ୟାତିମୟ ତ୍ରିପାଠୀ, ସୁଶ୍ରୀ ରଶ୍ମି ମହାଲିଂ, ଶ୍ରୀ ତାପସ ରଂଜନ ସାହୁ, ସୁଶ୍ରୀ ମିନପ୍ରଭା ପ୍ରଧାନ, ଡଲଫିନ ସୁନା ପ୍ରମୁଖ ଉପସ୍ଥିତ ଥିଲେ । ବଂଶୀଧର ସେଠୀ, ଅଞ୍ଜନ ବରିହା, ବଲ୍ଲଭ ମିର୍ଦ୍ଧା, ପ୍ରକାଶ ପ୍ରଧାନ, ରୁକ୍ମଣୀ ସାହୁ, ଦୁର୍ଯ୍ୟୋଧନ ପାଣ୍ଡେ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.