ଟିଟିଲାଗଡ କେନ୍ଦୁପତ୍ର ବନଖଣ୍ଡ ସିଜିନାଲ କର୍ମଚାରୀ ସଂଘର ସଭାପତି ନିର୍ବାଚିତ ହେଲେ ପ୍ରଶାନ୍ତ କୁମାର ମେହେର

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଡିଭିଜନ ଅନ୍ତର୍ଗତ ସଇଁତଳା କୁମ୍ଭାରୀ କଲ୍ୟାଣ ମଣ୍ଡପଠାରେ ଡିଭିଜନ ସ୍ତରୀୟ ସିଜିନାଲ୍ କର୍ମଚାରୀ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ ଉପଦେଷ୍ଟା ସୁରେଶ ମହାନନ୍ଦ, ଟିଟିଲାଗଡ ସମ୍ପାଦକ ଛବିଳ ସିଂ ଚିଣ୍ଡା, ଦେଓଗାଁ ରେଞ୍ଜ ସଭାପତି ବାଞ୍ଛାନିଧି ପଧାନ ଓ ଟିଟିଲାଗଡ ଡିଭିଜନର ବହୁ ସିଜିନାଲ କର୍ମଚାରୀ ଉପସ୍ଥିତ ଥିବା ବେଳେ ସମସ୍ତଙ୍କ ସମ୍ମତିକ୍ରମେ ପ୍ରଶାନ୍ତ କୁମାର ମେହେରଙ୍କୁ ଟିଟିଲାଗଡ ଡିଭିଜନ ସଭାପତି ଓ ଘନଶ୍ୟାମ ସାହୁଙ୍କୁ ସମ୍ପାଦକ ଦାୟିତ୍ୱ ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ କାର୍ଯ୍ୟ ବିଷୟଗୁଡ଼ିକ ଆଲୋଚନା କରାଯିବା ସହ ସମସ୍ତେ ଏକତାର ପରିଚୟ ସୃଷ୍ଟିକରିବା ପାଇଁ ନିଷ୍ପତ୍ତି ନିଆଯାଇଛି । । ଏହି ସଭାରେ ଆଦିକନ୍ଦ ଭୋଇ, ଟିକେଶ୍ୱର ଭୋଇ, ଜଳନ୍ଧର ଦାଶ, ସମିର ପଟ୍ଟନାୟକ, ପଞ୍ଚାନନ ନାୟକ, ହରି ସାହୁ, ସନ୍ତୋଷ ଦାସ, ସମିର ମିଶ୍ର, ମକରଧ୍ୱଜ ଧରୁଆ ଶୁଶିଳ ଖର୍ସେଲ, ରମେଶ ନାଗ ଓ ଶୁରଥ ଧରୁଆ ବହୁ ଟିଟିଲାଗଡ ଡିଭିଜନର ସିଜିନାଲ କର୍ମଚାରୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.