csstore

ଡୁଡୁକାପଡ଼ା ମା’ ବସ୍ତ୍ରେନ ମାଉଳି ଫୁଟବଲ ଟୁର୍ଣ୍ଣାମେଣ୍ଟ : ନାରେନକୁ ହରାଇ ସିହିନି ଦଳ ଚମ୍ପିୟାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗଁରେଇ ପଞ୍ଚାୟତ ଡୁଡୁକାପଡା ଗ୍ରାମ ଖେଳପଡିଆରେ ଚାଲିଥିବା ୭ମ ବାର୍ଷିକ ମା’ ବସ୍ତ୍ରେନ ମାଉଳି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ୍‌ ମ୍ୟାଚ୍‌ ସିହିନି ଓ ନାରେନ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଦଳ ଗୋଲ ଦେଇ ପାରିନଥିବାରୁ ଟ୍ରାଇବେକରରେ ସିହିନି ଦଳ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା । ଫାଇନାଲରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ବିଜେତା ଉପବିଜେତା ଦଳଙ୍କୁ ଟ୍ରଫି ଦେଇ ପୁରସ୍କୃତ କରିଥିଲେ । ସମ୍ମାନିତ ଅତିଥିଭାବେ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ବେଲାରସେନ ବେହେରା, ପୂର୍ବତନ ସରପଞ୍ଚ ପୀତବାସ ବେହେରା ଯୋଗଦେଇ ଖେଳାଳି ଓ ଆୟୋଜକ କମିଟିକୁ ଉତ୍ସାହିତ କରିଥିଲେ । ହସ୍ତାନ୍ତ ଛତ୍ରିଆ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଆଶୀର୍ବାଦ ସା, ଅଶ୍ଵିନୀ ଭୁକ୍ତା ଓ ପ୍ରତାପ ଭୁକ୍ତା ଖେଳ ପରିଚାଳନା କରିଥିଲେ । ଆୟୋଜକ କମିଟି ସଭାପତି ଡୁଳମଣି ଚନ୍ଦନ, ସମ୍ପାଦକ ପରଦେଶୀ ଛତ୍ରିଆ, ଛନ୍ଦା ଚରଣ ଚନ୍ଦନ, ତେପନ ଛତ୍ରିଆ, ଟଙ୍କଧର ଛତ୍ରିଆ, କ୍ଷୀରସିନ୍ଧୁ ଛତ୍ରିଆ, ବିଦ୍ୟାଧର ଛତ୍ରିଆ, ଶେଷଦେବ ପୁଟେଲ, ମାର୍କଣ୍ଡ ଛତ୍ରିଆ, ହିମାଂଶୁ ଛତ୍ରିଆ, ଶକ୍ତି ଛତ୍ରିଆଙ୍କ ନେତୃତ୍ୱରେ ସୁଚାରୁ ରୂପେ ଖେଳ ସମାପନ ହୋଇଥିଲା ।

jayashree
Leave A Reply

Your email address will not be published.