pakka

ବରିଷ୍ଠ ସାମ୍ବାଦିକଙ୍କ ମାତୁଳ ବିୟୋଗ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ପଞ୍ଚାୟତ କେନ୍ଦୁମୁଣ୍ଡି ଗ୍ରାମର ବରିଷ୍ଠ ସାମ୍ବାଦିକ ନଟବର ମହାନନ୍ଦଙ୍କ ମାମୁଁ କୁଞ୍ଜନାଗଙ୍କ ଆଜି ନିଜ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ୭୫ ବର୍ଷ ହେଉଥିଲା । ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟ ଗତ ଅସୁସ୍ଥତା ଯୋଗୁଁ ଶଯ୍ୟାଶାୟୀ ଥିଲେ । ସ୍ୱର୍ଗତ ନାଗ କେନ୍ଦୁମୁଣ୍ଡି ଗ୍ରାମ ଅଞ୍ଚଳର ଛଣେ ଜଣାଶୁଣା ବ୍ୟକ୍ତି ଭାବରେ ବେଶ ପରିଚିତ ଥିଲେ । ତାଙ୍କ ମୃତ୍ୟୁ ପଛରେ ପୁଅ ଝିଅ, ବୋହୁ, ନାତି ନାତୁଣୀ, ଭଣଜାଙ୍କୁ ଛାଡି ଚାଲିଯାଇଛନ୍ତି । ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଶେଷକୃତ୍ୟ ଗାଁ ଶ୍ମଶାନରେ ସତ୍କାର କରାଯାଇଥିବା ବେଳେ ବଡ଼ ପୁଅ ମୁଖାଗ୍ନି ଦେଇଥିଲେ ।

jay balangir
Leave A Reply

Your email address will not be published.

14 − 7 =