pakka

ଏକ ଘରୋଇ ଡାକ୍ତରଖାନାରୁ ମିଳିଲା ମଣିଷ ଖପୁରୀ ଓ ନର କଙ୍କାଳ : ଉତ୍ତେଜନା

bbehera

ୱାର୍ଦ୍ଧା : ମହାରାଷ୍ଟ୍ର ୱାର୍ଦ୍ଧାର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି । ଘରୋଇ ଡାକ୍ତରଖାନା କଦମ ପରିସରରେ ମଣିଷ ଖପୁରୀ ଏବଂ କଙ୍କାଳ ଦେଖିବାକୁ ମିଳିଛି । ଡାକ୍ତରଖାନାରୁ ୧୧ଟି ମାନବ ଖପୁରୀ ଏବଂ ୫୬ଟି ମାନବ ଅଙ୍ଗ ମିଳିଛି । ଏହି ଖପୁରୀ ଓ କଙ୍କାଳ କାହାର, ତାହାର ଏପର୍ୟ୍ୟନ୍ତ ପତ୍ତା ମିଳିନାହିଁ । ଏସବୁ ଡାକ୍ତରଖାନାର ଗୋବର ଗ୍ୟାସ ଟାଙ୍କିରୁ ଜବତ କରାଯାଇଛି । ପୋଲିସ ସମସ୍ତ ଖପୁରୀ, ମାନବ ଅଙ୍ଗ ଏବଂ କଙ୍କାଳ ଜବତ କରି କିପରି ଏଗୁଡ଼ିକ ଏଠାରେ ପହଂଚିଲା, ତାହାର ଅନୁସନ୍ଧାନ କରୁଛି । ବାସ୍ତବରେ, ଯେତେବେଳେ ଏକ ବେଆଇନ ଗର୍ଭପାତ ମାମଲାର ଅନୁସନ୍ଧାନ କରିବାକୁ ଆସିଥିବା ପୋଲିସ ପରିସରରେ ଥିବା ଗୋବର ଗ୍ୟାସ ଟାଙ୍କିର ଯାଂଚ କରିଥିଲା, ସେତେବେଳେ ଏଥିରୁ ନର କଙ୍କାଳ ମିଳିଥଲା । ଡାକ୍ତରଖାନାରୁ ସୋନୋଗ୍ରାଫି ମେସିନ୍‌ ଏବଂ କିଛି କାଗଜପତ୍ର ଜବତ କରାଯାଇଛି । ପ୍ରଶ୍ନ ହେଉଛି, ଡାକ୍ତରଖାନାରେ ବେଆଇନ ଗର୍ଭପାତ କରାଗଲା କି ? ଆରଭି ପୋଲିସ୍‌ ଷ୍ଟେସନ୍‌ର ଇନ୍ସ୍‌ପେକ୍ଟର୍‌ ଭାନୁଦାସ ପିଡୁରକର କହିଛନ୍ତି ଯେ, ୧୩ ବର୍ଷର ବାଳିକାର ବେଆଇନ ଭାବେ ଗର୍ଭପାତ କରାଇବା ଅଭିଯୋଗରେ ପୂର୍ବରୁ ପୋଲିସ ଡାକ୍ତରଖାନାର ଡାକ୍ତର ରେଖା କଦମ ଏବଂ ଜଣେ ନର୍ସଙ୍କୁ ଗିରଫ କରିଥିଲା । ଏଥିସହ ଏକ ନାବାଳକାଙ୍କ ପିତାମାତାଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।
ୱାର୍ଦ୍ଧା ପୋଲିସ ଅଧୀକ୍ଷକ ପ୍ରଶାନ୍ତ ହୋଲକର କହିଛନ୍ତି ଯେ, ଅଭିଯୁକ୍ତ ଡାକ୍ତରଙ୍କ ଶ୍ୱଶୁର ଜଣେ ଡାକ୍ତର ଓ ଗର୍ଭପାତ କରିବା ପାଇଁ ତାଙ୍କ ଲାଇସେନ୍ସ ଅଛି । ଗ୍ୟାସ୍‌ ପ୍ଲାଣ୍ଟରୁ ଉଦ୍ଧାର ହୋଇଥିବା ହାଡ ଏବଂ ଖପୁରୀକୁ ଆଇନଗତ ଭାବରେ ବିସର୍ଜନ କରାଯାଇଛି କି ନାହିଁ ତାହା ଜାଣିବା ପାଇଁ ଅନୁସନ୍ଧାନ କରାଯାଉଛି ବୋଲି ସେ କହିଛନ୍ତି । ଶ୍ରୀ ହୋଲକର କହିଛନ୍ତି ଯେ. ଡା. କଦମ ଏ ବାବଦରେ କୌଣସି ଡକ୍ୟୁମେଣ୍ଟ୍‌ସ୍‌ ପ୍ରସ୍ତୁତ କରିନାହାଁନ୍ତି ।

Leave A Reply

Your email address will not be published.

one × 2 =