pakka

ଇସ୍ପାତ ସେଣ୍ଟ୍ରାଲ ମାର୍କେଟରେ ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ପାଳିତ…..

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସେଣ୍ଟ୍ରାଲ ମାର୍କେଟଠାରେ ସଂକ୍ରାନ୍ତି ପୁରୁଷ ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । କବି ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଚିତ୍ତରଂଜନ ଜେନା ମୁଖ୍ୟ ଅତିଥି ଓ ମାର୍କେଟର ପ୍ରାକ୍ତନ ସଭାପତି ହରିହର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବ୍ୟାସକବିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅତିଥିଦ୍ୱୟ ଫକୀର ମୋହନଙ୍କ ଜୀବନୀ ଓ ସାହିତ୍ୟ କୃତି ଉପରେ ଆଲୋଚନା କରି କହିଲେ ଯେ, ପ୍ରକୃତରେ ସେ ଥିଲେ ଓଡିଆ ଆଧୁନିକ ସାହିତ୍ୟର ଜଣେ ଦକ୍ଷ ସେନାପତି । ଓଡିଆ ଭାଷାର ଘୋର ଦୁର୍ଦ୍ଦିନରେ ସେ ଲେଖନୀ ଚାଳନା କରି ସରଳ, ସରସ, ମୌଳିକ ଓ ମାର୍ଜିତ ଗଦ୍ୟ ସାହିତ୍ୟ ସୃଷ୍ଟି କରି ଓଡିଆ ଭାଷା ସାହିତ୍ୟକୁ ରୁଦ୍ଦିମନ୍ତ କରିଛି ଓଡିଆ ଜାତିର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରାଯାଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ସୁକାନ୍ତ କୁମାର ଦାସ, ରତିକାନ୍ତ ଆଚାର୍ୟ୍ୟ, ବିନୋଦ କୌଶଲ, ଡି.କେ.ଆନନ୍ଦ, ଅଶୋକ ପଣ୍ଡା, ପ୍ରଦୀପ କୁମାର ମିଶ୍ର, ଅରବିନ୍ଦ ପରିଡା, ସପନ କଂସାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଆବାହକ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

twelve + 5 =