pakka

ବ୍ୟାସକବି ଫକୀର ମୋହନଙ୍କ ଜୟନ୍ତୀ ପାଳିଲା ଓଡିଆ ଭାଷା ବିକାଶ ମଞ୍ଚ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ମଂଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ପୁଲିସ ଅଧିକାରୀ ଡଃ ସୁମନ ଦତ୍ତ ମୁଖ୍ୟଅତିଥି ରୂପେ ଯୋଗଦେଇ ବ୍ୟାସକବିଙ୍କ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଦତ୍ତ କହିଲେ ଯେ, ଫକୀର ମୋହନ ଆଧୁନିକ ଓଡିଆ ସାହିତ୍ୟର ଜଣେ ସୁନାମଧନ୍ୟ ସ୍ରଷ୍ଟା । ଓଡିଆ ସାହିତ୍ୟର ଯୁଗନିର୍ମାତା, ଦେଶ ହିତୈଷୀ, ଉତ୍କଳ ପ୍ରାଣ, ସମାଜ ସଂସ୍କାରକ, ନବଉତ୍କଳର ନିର୍ମାତା, ସୁଦକ୍ଷ ଔପନ୍ୟାସିକ, କଥା ସମ୍ରାଟ ତଥା ଭାଷା ସାହିତ୍ୟର ଭଗୀରଥ ବ୍ୟାସକବି ତାଙ୍କ ସାରସ୍ୱତ ସାଧନାରେ ବୌଦ୍ଧିକତାର କାବ୍ୟ, ଉତ୍କଳ ଭ୍ରମଣ, ଉପହାର, ପୁଷ୍ପମାଳ, ଅବସର ବାସରେ, କ୍ଷୁଦ୍ରଗଳ୍ପ ପେଣ୍ଟେଣ୍ଟ ମେଡିସିନ୍, ଧୁଳିଆବାବା, ଲଛମନିଆ, ରେବତୀ, ଡାକମୁନିସି ଆଦି ଭାଷା ସାହିତ୍ୟକୁ ରୁଦ୍ଦିମନ୍ତ କରିଛି । ସେ ଆମପାଇଁ ଚିର ବନ୍ଦନୀୟ । ଏହି ଅବସରରେ ସେକ୍ଟର ୭ କମ୍ୟୁନିଟି ସେଣ୍ଟର ନିକଟସ୍ଥ ବ୍ୟାସକବିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । କରୋନା ନିୟମ ପାଳନ ପୂର୍ବକ ଏହି କାର୍ଯ୍ୟକ୍ରମରେ ଶ୍ରୀ ଦତ୍ତ, ଶ୍ରୀ ମହାପାତ୍ରଙ୍କ ବ୍ୟତୀତ ସର୍ବଶ୍ରୀ ଇନ୍ଦ୍ରମଣୀ ମହାପାତ୍ର, ମହେନ୍ଦ୍ର ପରିଡା, ରମେଶ ମେହେର, ମାନସ ମିଶ୍ର, ରାଜୀବମୋହନ ନାୟକ, କମଳେଶ ମଛକୁଣ୍ଡ, ମୋହନ ଚନ୍ଦ୍ର ବଡାଇକ, କୁଂଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

9 − 3 =

error: Content is protected !!