pakka

ହରଭଙ୍ଗାରେ ପାନୀୟ ଜଳ ଯୋଗାଣ ଠପ୍‌, ଜନ ଅସନ୍ତୋଷ

bbehera

ବୌଦ୍ଧ, (ବଂଶୀଧର ମାଝୀ) : ହରଭଙ୍ଗା ଗ୍ରାମ ପଂଚାୟତରେ ପାନୀୟ ଜଳଯୋଗାଣ ଠପ୍‌ ହୋଇଯାଇଛି । ଫଳରେ ଜନ ଅସନ୍ତୋଷ ଦେଖିବାକୁ ମିଳିଛି । ପ୍ରକାଶ ଥାଉକି ହରଭଙ୍ଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ ପାଇପ ମାଧ୍ୟମରେ ହରଭଙ୍ଗା ପଂଚାୟତର ୫ଟି ୱାର୍ଡ ସମତେ ଡାକ୍ତରଖାନା, ହାଇସ୍କୁଲ ଓ କଲେଜ ଆଦି ଅଂଚଳକୁ ପାଇପ ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆଯାଉଥିଲା । ଆଜକୁ ୪ଦିନ ଧରି ପାନୀୟ ଜଳ ଯୋଗାଣ ବନ୍ଦ ହୋଇଯିବାରୁ ଲୋକମାନେ ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି । ଏ ବାବଦରେ ହରଭଙ୍ଗା ପଂଚାୟତର ସରପଞ୍ଚଙ୍କୁ ପଚାରିବାରୁ ଏହି ପାନୀୟ ଜଳ ଯୋଗାଣ ପ୍ରକଳ୍ପର ମୋଟରଟି ପୋଡ଼ି ଯାଇଥିବା ସେ କହିଥିଲେ । ସୂଚନା ଥାଉକି ୪ଦିନ ଧରି ମୋଟରଟି ପୋଡ଼ି ଯାଇଥିବାରୁ ପଂଚାୟତ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଜନ ସାଧାରଣ ଅସୁବିଧାର ସମ୍ମୁଖୀନ ହୋଇଥିବାରୁ ଜନ ଅସନ୍ତୋଷ ଦେଖା ଦେଇଛି । ଏ ବାବଦରେ ହରଭଙ୍ଗା ଗୋଷ୍ଟି ଉନ୍ନୟନ ଅଧିକାରୀ ସ୍ମିତା ରଥଙ୍କୁ ପଚାରିବାରୁ ସେ କହିଲେ ଅଭିଯୋଗ ପାଇଛି ଗ୍ରାମ ପଂଚାୟତ କର୍ମଚାରୀଙ୍କୁ ନିଦ୍ଦେଶ ଦିଆହୋଇଛି ଯଥା ଶୀଘ୍ର ଏହାର ସମାଧାନ ହେବ ବୋଲି କହିଥିଲେ ।

jay balangir
Leave A Reply

Your email address will not be published.

10 − one =

error: Content is protected !!