pakka

ଗାଁ ଗାଁରେ ପଞ୍ଚାୟତ ନିର୍ବାଚନ ପାଇଁ ବଢୁଛି ତାତି, କିନ୍ତୁ ଗାଁ ରାସ୍ତା ନିର୍ମାଣ କାର୍ଯ୍ୟ ଭୁଲି ଗଲା ପ୍ରଶାସନ

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଗାଁ ଗାଁର ବିକାଶ କରୁଥିବା ନେଇ ବାହାବା ମାରୁଛନ୍ତି, ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗାଁ ସାହୁପଡ଼ା ରାସ୍ତା ସାମାନ୍ୟ ବର୍ଷାରେ ବେହାଲ ହୋଇପଡିଛି, ଏହା ଉପରେ ନିଘା ନାହିିଁ । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ମନ୍ତ୍ରୀ ଟୁକୁନି ସାହୁଙ୍କ ବିକାଶ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଉ କିଛି ଦିନ ପରେ ପଞ୍ଚାୟତ ନିର୍ବାଚନ । ଏଥିପାଇଁ ରାଜନୈତିକ ଦଳ ମାନେ ଗାଁ ଗାଁ, ପଡ଼ା ପଡ଼ାରେ ଭୋଟ ହାତେଇବା ପାଇଁ ପ୍ରସାର ପ୍ରଚାର ମଧ୍ୟ ଆରମ୍ଭ ହେଲାଣି । କିନ୍ତୁ ଦୁଃଖର ବିଷୟ ଯେ, ନିର୍ବାଚନ ଆସିଲେ ଗାଁରେ ପାଦ ପଡେ ନେତା, ମନ୍ତ୍ରୀ ମାନଙ୍କର । କିନ୍ତୁ ଭୁଲି ଯାଆନ୍ତି ନେତାମାନେ ଯେ ଜନତାଙ୍କ ଭୋଟ ପାଇବା ପରେ ନେତା ହୁଅନ୍ତି । ଅନେକ ଭାଷଣ ମଧ୍ୟ ମାରନ୍ତି ଯେ ଆପଣଙ୍କ ଗାଁର ଅନେକ ବିକାଶ କରିବୁ । ସ୍ଥାନୀୟ ପ୍ରତିନିଧିଙ୍କୁ ଲୋକେ ୫ ବର୍ଷ ପାଇଁ ସରପଞ୍ଚ କରନ୍ତି ଗାଁର ଉନ୍ନତି ହେବ ବୋଲି, ହେଲେ ଅନେକ ସରପଞ୍ଚ ନିଜର ଉନ୍ନତି ପାଇଁ ସରପଞ୍ଚ ହୋଇଥିବା ଲୋକେ କହିଛନ୍ତି । ତେବେ ଘୁନସର ଗାଁର ସାହୁପଡ଼ା ରାସ୍ତା ନିର୍ମାଣ କେବେ ହେବ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.

9 + 14 =