pr

ଦେଓଗାଁ ଶିଶୁ ମନ୍ଦିରରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

dr. purohit

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶୁକ୍ରବାର ଦିନ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ସା ଦ୍ଵିପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ମାତୃଭାଷା ଦିବସର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମାତୃଭାଷା ପ୍ରମୁଖ କୁନୁ ସାହୁ ମାତୃଭାଷାର ମହତ୍ତ୍ଵ ବିଷୟରେ ବର୍ଣ୍ଣନା କରିଥିଲେ । ଭାଇ, ଭଉଣୀମାନଙ୍କୁ ନେଇ ଗୀତ, ଗଳ୍ପ କଥନ, ପ୍ରବନ୍ଧ ଲିଖନ, ଆଶୁ ଭାଷଣ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଗୁରୁମା ନିତୁ ସାହୁ ସଭା ସଂଯୋଜନା କରିଥିବା ବେଳେ ପ୍ରଶାନ୍ତ ସାହୁ, ଲମ୍ବୋଦର ମନହିରା, ଶ୍ରୀୟା ସୁମନ ନାଏକ, ଦେବଦତ୍ତ ସାହୁ, ନେହେରୁ ସାହୁ, ସଞ୍ଜୀବ ପାଣିଗ୍ରାହୀ, ସମ୍ବିତ ସା, ପ୍ରଭାସିନୀ ପଧାନ, ରଶ୍ମିତା ଖମାରୀ, ଉଷାରାଣୀ ଦାସ, ଭୁବନେଶ୍ୱର ପାଣିଗ୍ରାହୀ, କୁନା ପଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସୁଜାତା ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.