ସାମ୍ବାଦିକଙ୍କ ମାତୃ ବିୟୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସକାଳୁ ସାମ୍ବାଦିକ ଜୟଶଙ୍କର ପଟ୍ଟନାୟକଙ୍କ ମାତା ପ୍ରବୀଣା ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କୁ ୭୫ ବର୍ଷ ହେଉଥିଲା । କିଛି ଦିନ ତଳେ ଘର ବାଥ ରୁମ୍‌ରେ ଖସି ପଡି ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ତାଙ୍କର ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଥିବା ଡାକ୍ତର କହିôଥବା ବେଳେ ତାଙ୍କ ପରିବାର ଏହାର ଚିକିତ୍ସା କରାଉଥିଲେ । ତେବେ ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଥିବା ଖବର ରହିଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁଅ ଜୟଶଙ୍କର, ଶିବଶଙ୍କର, ବୋହୁ ସୌଦାମିନୀ, ସଂଗୀତା, ଦୁଇ ନାତି, ଝିଅ, ଜ୍ୱାଇଁ ସମେତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ବଲାଙ୍ଗିର ସହର ପରିଚିତ ମହଲରେ ଶୋକ ଖେଳିଯାଇଛି । ବିଭୁତିପଡା ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ମଧ୍ୟମ ପୁତ୍ର ଜୟଶଙ୍କର ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.