ଉପନିର୍ବାଚନ ପ୍ରସ୍ତୁତି : ପ୍ରତି ବୁଥ୍‌ରେ ରହିବେ ଆଶାକର୍ମୀ ଓ ସ୍ୱେଚ୍ଛାସେବୀ

ଭୁବନେ‌ଶ୍ୱର : ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ସା‌ମ୍ନାକୁ ଆସି ଯାଇଥିବା ବେଳେ ଏହାର ପ୍ରସ୍ତୁତି ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ନଭେମ୍ବର ୩ରେ ଭୋଟ ହେବାକୁ ଥିବା ବେଳେ କରୋନା କଟକଣା ଭିତରେ ନିର୍ବାଚନ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଦିଆଯାଇଥିବା ସୂଚନା ଅନୁସାରେ ସମସ୍ତ ବୁଥ୍‌ରେ ଆଶା କର୍ମୀ, ସେଚ୍ଛାସେବୀ ରହିବେ । ସାମାଜିକ ଦୂରତା ନିୟମ ମାନି ମତଦାନ କରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.