କାଲି ଠୁ ଖୋଲିବ ଭୁବନେଶ୍ୱର ଏମ୍‌ସ ଓପିଡି

ଭୁବନେଶ୍ୱର : କରୋନା କଟକଣା ପାଇଁ ବନ୍ଦ ରହିଥିବା ଭୁବନେଶ୍ୱର ଏମ୍‌ସ ଓପିଡି କାଲି ଠୁ ଖୋଲିବ ବୋଲି ସୂଚନା ମିଳିଛି । ତେବେ ପ୍ରଥମ ପର୍ୟ୍ୟାୟରେ ମାତ୍ର ତିରିଶ ଜଣ ରୋଗୀ ଚିକିତ୍ସା ସେବା ପାଇବା ପାଇଁ ନାମ ପଞ୍ଜୀକରଣ କରିପାରିବେ ବୋଲି କୁହାଯାଇଛି । ତେବେ ପରବର୍ତ୍ତି ସମୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଅଧିକ ସଂଖ୍ୟକ ରୋଗୀ ନାମ ପଞ୍ଜୀକରଣ ପାଇଁ ବ୍ୟବସ୍ଥା କରାଯିବ ବୋଲି ଏମ୍‌ସ କର୍ତ୍ତୃପକ୍ଷ‌ଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.