ସତ୍ୟନାରାୟଣ ସାହିତ୍ୟ ସଂସଦ ପକ୍ଷରୁ କବିତା ଆସର

କୋଣାର୍କ : ପବିତ୍ର କୁମାର ପୁର୍ଣ୍ଣମୀ ତିଥିରେ ସତ୍ୟନାରାୟଣ ସାହିତ୍ୟ ସଂସଦ, ଯମଧର୍ମ ଆନୁକୂଲ୍ୟରେ ରଙ୍ଗାଜୀବ ଗଙ୍ଗାଧର ମେହେର ଓ ଗଣକବି ବୈଷ୍ଣବ ପାଣିଙ୍କ ସ୍ମୃତିଚାରଣ ସଭା ଆଇନଜୀବୀ ତଥା କବି ହରେକୃଷ୍ଣ ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାହିତ୍ୟ ଆଲୋଚନା ଓ କବିତା ଆସର କୋଭିଡ ନୀୟମ ପାଳନ ପୂର୍ବକ ଆୟୋଜିତ ହୋଇଥିଲା ।


ଉକ୍ତ ସଭାରେ ବରେଣ୍ୟ କୁମାର ପ୍ରଶାନ୍ତ ବାହିନିପତି ମୂଖ୍ୟଅତିଥି ଓ ମୂଖ୍ୟବକ୍ତା ଭାବେ ହାସ୍ୟକୁମୁଦ ବ୍ୟଙ୍ଗକବି ସଂପଦ କୁମାର ରଥ ଯୋଗଦେଇ ସ୍ଵଭାବକବି ଗଙ୍ଗାଧର ମେହର୍ ଓ ଗଣକବି ବୈଷ୍ଣବ ପାଣୀଙ୍କ ରଚିତ କାବ୍ୟକୃଷି ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ସରୋଜ କୁମାର ରଥ, ଶିକ୍ଷାବିତ୍ ଓ କବି ମନମୋହନ ସ୍ବାଇଁ ସ୍ମୃତି ଚାରଣ ବାର୍ତ୍ତା ପ୍ରଦାନ କରିଲେ ।ଏହି ସାରସ୍ବତ ସଭାଟିକୁ ସତ୍ୟନାରାୟଣ ସାହିତ୍ୟସଂସଦର ସଂପାଦକ, କବି ଓ ଗାୟକ ଅତିବଡ଼ି ମଙ୍ଗରାଜ ବିଶ୍ବାଳ ପରିଚାଳନା କରିଥିଲେ । କବିତା ଆସରରେ କବି ଚିତ୍ତରଞ୍ଜନ ବିଶ୍ୱାଳ ଓ କବୟତ୍ରୀ ବୈଜୟନ୍ତ୍ରିମାଳା ବିଶ୍ବାଳଙ୍କ ସମେତ ୨୦ରୁ ଉର୍ଦ୍ଧକବି ଉପସ୍ଥିତ ରହି ସ୍ବରଚିତ କବିତା ପାଠ କରିଥିଲେ । ସଂଯୋଜକ ବ୍ୟଙ୍ଗରଶ୍ମୀ ପ୍ରତାପ ରଶ୍ମୀ ନାୟକ ଓ ସଂଯୋଜିକା କଳ୍ପନା କଳ୍ପଲତା ବିଶ୍ବାଳ ଆସରଟିକୁ ସଂଯୋଜନା କରିଥିଲେ । ଆର୍ଦଶିକ୍ଷକ, ଗୀତିକାର ଓ କବି ଶ୍ରୀଯୁକ୍ତ ପ୍ରବୀଣକୁମାର ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.