ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ : ଲମତାପୁଟ ବ୍ଲକ ଅନ୍ତର୍ଗତ ଅନକାଡେଲି ପଞ୍ଚାୟତର ହନୁମାଲ ଗାଁରେ ଆଜି ପୋଲିସ ଚଢାଉ କରି ୮କୁଇଣ୍ଟାଲ ୧୨ କେଜି ୭୦୦ ଗ୍ରାମ ଗଞ୍ଜେଇ ଜବତ କରିଥିବା ଜଣାପଡ଼ିଛି । ଏହାର ଆନୁମାନିକ ମୂଲ୍ୟ ଦେଢ କୋଟି ଟଙ୍କା ହେବ ବୋଲି ଚୁହାଯାଇଛି । ହନୁମାଲ ଗାଁରେ ବହୁ ପରିମାଣରେ ଗଞ୍ଜେଇ ରଖାଯାଇଥିବା ବି‌ଶ୍ୱ‌ସ୍ତ ସୂତ୍ରରୁ ଖବର ପାଇ ଲମତାପୁଟ, ମାଛକୁଣ୍ଡ ଓ ଜଲାପୁଟ ପୋଲିସର ଏକ ୫ ଜଣିଆ ଟିମ୍‌ ହନୁମାଲ ଗ୍ରାମରେ ଚଢାଉ କରିଥିଲା । ଏହି ଗାଁର ଗୋବର୍ଦ୍ଧନ ଦଳେଇଙ୍କର ତିଆରି ଚାଲିଥିବା ଏକ ଘରେ ବସ୍ତାରେ ଗଚ୍ଛିତ ଥିବା ଗଞ୍ଜେଇ ଜବତ କରିଥିଲା ପୋଲିସ ଟିମ୍‌ । ତେବେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.