ଲାଲୁ ମୋଦୀଙ୍କୁ ପଚାରିଲେ, ଶ୍ରମିକମାନଙ୍କୁ ଫେରାଇ ଆଣିବା ବେଳେ ଡବଲ ଇଞ୍ଜିନ କେଉଁଠି ଥିଲା

ରାଂଚି : ଗତ ତିନି ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ବିହାର ବିଧାନସଭା ନିର୍ବାଚନରେ ​​ଲାଲୁ ପ୍ରସାଦ ଯାଦବ ଦେଖା ଯାଉନାହିଁ‌ନ୍ତି । କିନ୍ତୁ ସୋସିଆଲ ମିଡିଆ ମାଧ୍ୟମରେ ସେ ନୀତୀଶ କୁମାରଙ୍କ ଦଳ ଜନତା ଦଳ ୟୁନାଇଟେଡ ଏବଂ ଭାରତୀୟ ଜନତା ପାର୍ଟି ଉପରେ ଆକ୍ରମଣ କରୁଛନ୍ତି । ଲାଲୁଙ୍କ ଟ୍ୱିଟରେ ଏହା କୁହାଯାଇଛି ଯେ, ଏହା ଏକ ଟ୍ରବଲ୍‌ ଇଞ୍ଜିନ, ଡବଲ୍‌ ଇଞ୍ଜିନ ନୁହେଁ । ଲକ୍‌ ଡ଼ାଉନ୍‌ରେ ଫଶିଥିବା ଶ୍ରମିକମାନଙ୍କୁ ଫେରାଇ ଆଣିବା ବେଳେ ଡବଲ୍ ଇଞ୍ଜିନ୍ କେଉଁଠି ଥିଲା ।

ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ ପରେ ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏଭଳି କଟାକ୍ଷ କରି ମନ୍ତବ୍ୟ ଦେଇଛନ୍ତି ।

Leave A Reply

Your email address will not be published.