csstore

ଯୁବକବି ତଥା ଉଦ୍‌ଘୋଷକଙ୍କ ମାତୃବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାର ଜଣାଶୁଣା ଯୁବକବି ତଥା ଅଲ୍‌ ଇଣ୍ଡିଆ ରେଡିଓ, ରାଉରକେଲାର ଉଦ୍‌ଘୋଷକ ଅଶୋକ କୁମାର ରାଉତଙ୍କ ମାତା ତିଳୋତ୍ତମା ରାଉତ (୬୬)ଙ୍କର ହୃଦଘାତରେ ବିୟୋଗ ହୋଇଯାଇଛି । ସ୍ୱର୍ଗତା ରାଉତ ଜଣେ ଧର୍ମପରାୟଣା ମହିଳା ଥିଲେ । ସୂଚନା ଯୋଗ୍ୟ ଯେ, ଦୁଇ ମାସ ତଳେ ଅଶୋକଙ୍କ ପିତା ଶୁକଦେବଙ୍କ ହୃଦଘାତରେ ପରଲୋକ ଘଟିଥିଲା । ପାଞ୍ଚପୁଅ ଅଶୋକ, ସନ୍ତୋଷ, ମଧୁସୂଦନ, ଖଗେଶ୍ୱର, ନିରଞ୍ଜନ, ଦୁଇଝିଅ ଲକ୍ଷ୍ମୀ, ନିରୁପମା ଏବଂ ବଡ଼ବୋହୂ ଶୁଚିସ୍ମିତା ଓ ନାତି ଅସ୍ମିତ ଅଛନ୍ତି । ତେବେ ତାଙ୍କ ମୃତ୍ୟୁ ଖବର ପାଇ ସମାଜସେବୀ ସଂଜୀବ ମହାନ୍ତି, କବି ଆର୍ତ୍ତତ୍ରାଣ ମହାପାତ୍ର, ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ରାଜୀବ ପାଣି, କବି ଅଭିରାମ ପ୍ରଧାନ, ଚିତ୍ରଶିଳ୍ପୀ ବିନୋଦ କୌଶଲ, କବି କୁଞ୍ଜବିହାରୀ ରାଉତ ପ୍ରମୁଖ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସ୍ବର୍ଗତା ରାଉତ ଦୀର୍ଘ ଦିନ ଧରି ମଧୁମେହ ରୋଗରେ ପୀଡ଼ିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

jayashree
Leave A Reply

Your email address will not be published.