pakka

ମାଟିଲଗ୍ନା ସାହିତ୍ୟ ସଂସଦ ପକ୍ଷରୁ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ

bbehera
  • ପ୍ରଶାନ୍ତ ତ୍ରିପାଠୀଙ୍କୁ ମାଟିଲଗ୍ନା ପ୍ରଜ୍ଞାକଳ୍ପ ସମ୍ମାନରେ ସମ୍ମାନୀତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର କବି ପ୍ରଶାନ୍ତ ତ୍ରିପାଠୀଙ୍କୁ ଗତ ରବିବାର ଦିନ ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ମାଟିଲଗ୍ନା ସାହିତ୍ୟ ସାଂସଦ ମାଲକାନଗିରି ପକ୍ଷରୁ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ସାରସ୍ବତ ସମାରୋହ ଓ ନୂଆଁଖାଇ ଭେଟଘାଟ ଅବସରରେ ମାଟିଲଗ୍ନା ପ୍ରଜ୍ଞାକଳ୍ପ ସମ୍ମାନରେ ସମ୍ମାନୀତ କରାଯାଇଛି । ଏହି କାର୍ଯ୍ୟକ୍ରମ ମାଟିଲଗ୍ନା ସାହିତ୍ୟ ସଂସଦର ରାଜ୍ୟ ସଭାପତି ତଥା ଓଡ଼ିଶା ରାଜ୍ୟ ସାହିତ୍ୟ ଏକାଡ଼େମୀ ସଦସ୍ୟ କିଶୋର ପଧାନ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଓ ମୁଖ୍ୟବକ୍ତା ଭାଗିରଥୀ ମିଶ୍ର ଯୋଗଦେଇଥିଲେ ।

ପ୍ରକାଶ ଥାଉକି, ଶ୍ରୀ ତ୍ରିପାଠୀ ନିଜର ସାରସ୍ୱତ ସାଧନା ତଥା ବରିଷ୍ଠ କବିତ୍ୱ, ଉଚ୍ଚ କୋଟୀର ଶବ୍ଦ ସଂଯୋଜନା ପାଇଁ ଭାରତୀୟ ସାହିତ୍ୟ ସଂସୃତି ସଂସଦ ଦ୍ୱାରା ଶବ୍ଦ ସଚଧାକର ସମ୍ମାନ, ମାଟିଲଗ୍ନା ବ୍ୟାସ ସମ୍ମାନ, ଚନ୍ଦ୍ରିକା ସାହିତ୍ୟ ଅନୁଷ୍ଠାନ ତରଫରୁ ଚନ୍ଦ୍ରିକା ରତ୍ନ ସମ୍ମାନ, ସୁରେଶ ନନ୍ଦ ସ୍ମୃତି ପାଠାଗାର ଦ୍ୱାରା ସୁରେଶ ନନ୍ଦ ସ୍ମୃତି ସମ୍ମାନ ଦ୍ୱାରା ସମ୍ମାନୀତ ହୋଇଛନ୍ତି ।

Leave A Reply

Your email address will not be published.

16 − 3 =