csstore

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଭୁଷୁଡି ପଡିଲା ମାଟିଘର

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ଅନେକ ଗାଁ ଗୁଡିକରେ ଗତ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମାଟି ଘର ଗୁଡ଼ିକ ଭୁଷୁଡି ପଡିଥିବା ସୂଚନା ମିଳିଛି । ଜିଲ୍ଲା ପରିଷଦ ସଭ୍ୟ ପର୍ଶୁଦନ ମାଝିଙ୍କ ସୂଚନା ଅନୁଯାୟୀ ତୁରେକେଲା ଗ୍ରା.ପ. ଅନ୍ତର୍ଗତ ବାଇବେଲ ଗାଁର ସଜନା ମାଝି ସ୍ଵାମୀ ପରୁନ ମାଝିର ଦୁଇ ବଖରା ମାଟିଘର ସମ୍ପୂର୍ଣ୍ଣ ଭାବେ ଭୁଷୁଡି ପଡିଛି । ମଝେନ୍ ମାଝି ସ୍ଵାମୀ ହଲଧର ମାଝିର ଏକ ପର୍‌ଚି ଘର, ବଡବାଙ୍କି ଗ୍ରା.ପ. ଅନ୍ତର୍ଗତ ଜାମକି ଗାଁର ଲକ୍ଷ୍ମୀ ଦାସ, ଝରଣୀ ଗ୍ରା.ପ. ଅନ୍ତର୍ଗତ ରାମୋଡ ଗାଁର ଗୁଣଦେଇ ଗଏତା ସ୍ଵାମୀ ସୁବାକର ଗଇତା, କନ୍ଦେଇ ଗ୍ରା.ପ. ଅନ୍ତର୍ଗତ ଟିକ୍ରାପଡା ଗାଁର କୁଶ ବାଗଙ୍କ ଗାଈ ଗୁହାଳ ସମ୍ପୂର୍ଣ୍ଣ ଭାବେ ଭୁଷୁଡି ପଡିଥିବା ଜଣାପଡିଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ନିମନ୍ତେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ମାଝି ଓ ଜନସାଧାରଣ ଦାବୀ କରିଛନ୍ତି ।

jayashree
Leave A Reply

Your email address will not be published.