csstore

ଭୋଟର ଲିଷ୍ଟରେ ନାଁ ନଥିବାରୁ ନିରାଶରେ ଫେରିଲେ ବହୁ ନୂତନ ମତଦାତା

ଦେଓଗାଁ, (ମନୀଷ କୁମାର ସାହୁ) : ଭୋଟର ଲିଷ୍ଟରେ ନାଁ ନଥିବାରୁ ନିରାଶ ବହୁ ନୂତନ ମତଦାତା ନିରାଶ ହୋଇ ଫେରିଥିବା ଜଣାପଡିଛି । ନୂତନ ମତଦାତାଙ୍କୁ ଭୋଟ ଦେବାକୁ ଉତ୍ସାହିତ କରିବା ପାଇଁ କିଛି ବୁଥକୁ ପିଙ୍କ ବୁଥ କରି ସେଲଫି ଜୋନର ବ୍ୟବସ୍ଥା କରାଯାଇଛି । ହେଲେ ବହୁ ନୂଆଁ ଭୋଟରଙ୍କ ନାଁ ଲିଷ୍ଟରେ ନ ଥିବାରୁ ସେଲଫି ଜୋନ କାହା ପାଇଁ ବୋଲି ପ୍ରଶ୍ନ ହୋଇଥିଲା । ଏହାସହ ଭୋଟର ତାଲିକାରେ ଗଡବଡ ଥିବା ମଧ୍ୟ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଅନ୍‌ଲାଇନରେ ଥିବା ସରକାରୀ ରିପୋର୍ଟରେ ନିଜ ନାଁ ଥିବା ଦେଖି ବହୁ ଯୁବ ପୀଢ଼ି ପ୍ରଥମ ଥର ପାଇଁ ଭୋଟ ଦେବାକୁ ଉତ୍ସାହର ସହ କେନ୍ଦ୍ରରେ ପହଞ୍ଚିବା ପରେ ଜାଣିବାକୁ ପାଇଥିଲେ ଯେ ତାଙ୍କର ନାଁ ୱାର୍ଡ ବା ବୁଥ ତାଲିକାରେ ନଥିଲା । ଏହାପରେ ସେ ତାଙ୍କ ୱାର୍ଡ ଛଡା ଗାଁର ଅନ୍ୟସବୁ ୱାର୍ଡରେ ନିଜ ନାମ ଥାଇ ପରେ ବୋଲି ଅନ୍ୟ କେନ୍ଦ୍ରଗୁଡ଼ିକୁ ଯାଇ ଦେଖିବାରୁ କୌଣସି ୱାର୍ଡରେ ତାଙ୍କ ନାମ ନ ଥିବା ଯୋଗୁଁ ନିରାଶରେ ଘରରୁ ଫେରିଥିଲେ । ଏଭଳି ଘଟଣା ଦେଓଗାଁ, କଛାରପାଲି ସହ ବ୍ଲକର ବହୁ ଗାଁରେ ମତାଦାତାଙ୍କ ତାଲିକାରେ ତ୍ରୁଟି ଥିବାରୁ ଭୋଟରଙ୍କ ମଧ୍ୟ ଅସନ୍ତୋଷ ଦେଖାଦେଇଛି । ଫଳରେ ଯୁବ ଗୋଷ୍ଠୀଙ୍କ ଭୋଟ ଦିଆ ଆଶା ଆଶାରେ ରହିଗଲା ବୋଲି ମତ ପ୍ରକାଶ ପାଉଛି ।

jayashree
Leave A Reply

Your email address will not be published.