oom

ଭାରତୀୟ ସମ୍ବିଧାନ ରାଷ୍ଟ୍ରର ମାର୍ଗଦର୍ଶିକା

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସମ୍ବିଧାନ ପ୍ରଣୟନ ସଭାର ବିଜ୍ଞ ପ୍ରଣମ୍ୟ ସଦସ୍ୟମାନଙ୍କ ପ୍ରାୟ ତିନି ବର୍ଷର ଚିନ୍ତନ ମନ୍ଥନ ଦ୍ୱାରା ପ୍ରସ୍ତୁତ ଭାରତୀୟ ସମ୍ବିଧାନ ସମସ୍ତ ରାଜନୈତିକ ଦଳ ତଥା ଜନ ସାଧାରଣ ପାଇଁ ପ୍ରଗତିର ମାର୍ଗଦର୍ଶିକା ବୋଲି ମ୍ୟୁନିସିପାଲ ମହାବିଦ୍ୟାଳୟ, ରାଉରକେଲାରେ ଅନୁଷ୍ଠିତ ସମ୍ବିଧାନ ଦିବସ ପାଳନ ଅବସରରେ ବକ୍ତାମାନେ ମତ ପ୍ରକାଶ କରିଥିଲେ । ଅଧ୍ୟକ୍ଷ ପରେଶ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱ ଓ ଅଧ୍ୟାପିକା ଏମି କୁଜୁରଙ୍କ ସଂଯୋଜିତ କାର୍ଯ୍ୟକ୍ରମରେ ଅଧ୍ୟାପିକା ଡ଼. ଦିବ୍ୟକାନ୍ତି ବିଲୁଙ୍ଗ ବିଷୟ ଉପସ୍ଥାପନା କରିଥିଲେ । ଅଧ୍ୟାପିକା ମହେଶ୍ୱତା ମହାପାତ୍ର ସମ୍ବିଧାନର ଉଦ୍ଦ୍ୟେଶିକା ପାଠ କରିଥିବା ବେଳେ ଡ଼. ପ୍ରକାଶ କର, ରାଜନୀତି ବିଜ୍ଞାନ ମୁଖ୍ୟ ବିଜୟଲକ୍ଷ୍ମୀ ଦେଓ ଓ ଅଧ୍ୟାପକ ଅର୍ଘ୍ୟରୂପ ବାନାର୍ଜି ସମ୍ବିଧାନର ଗଠନ ଓ ପାଳନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ମୁଖ୍ୟ ବକ୍ତା ଭାବରେ ଡ଼. ସନାତନ ପ୍ରଧାନ କହିଲେ ଯେ, ରାଷ୍ଟ୍ରର ଗୌରବମୟ ପ୍ରାଚୀନ ଇତିହାସ ଥିବା ସତ୍ୱେ ଅନେକ ଶତାବ୍ଦୀର ପରାଧୀନତା ପରେ କଷ୍ଟଲବ୍ଧ ସ୍ୱାଧୀନତା ପରେ ପବିତ୍ର ସମ୍ବିଧାନ ଆଧାରରେ ସମଗ୍ର ଭାରତବାସୀ ପରିଚାଳିତ ହୋଇ ରାଷ୍ଟ୍ରର ସର୍ବାଙ୍ଗୀନ ବିକାଶ ପାଇଁ କଟୀବଦ୍ଧ ହେବାକୁ ପଢ଼ିବ । ସମ୍ବିଧାନ ସମ୍ବନ୍ଧୀୟ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିବାରେ ସଂଯୁକ୍ତା ବେହେରା ଓ ନୀତୁ ସେଠ ସହଯୋଗ କରିଥିବା ବେଳେ ଅଧ୍ୟାପକ ଆକାଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ବିଜୟ ପାଢ଼ୀ ଓ ଦୀପ୍ତି ରଞ୍ଜନ ମହାନ୍ତି ସମେତ ବହୁ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଏହି ଉତ୍ସବରେ ଭାଗ ନେଇଥିଲେ ।

jittmm
Leave A Reply

Your email address will not be published.