ପତ୍ନୀଙ୍କ ଜନ୍ମ ଦିନରେ ସ୍କାଏ ଲଂଚ ରାଷ୍ଟୁରାଣ୍ଟ ଉପହାର ଦେଲେ ସ୍ୱାମୀ ଶୁଭମ ଦର୍ଜୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ବିକ୍ରମ ଛକ ନିକଟସ୍ଥ ବିକ୍ରମ ହାଇଟ୍‌ସ ଠାରେ ବିଙ୍ଗ ଷ୍ଟ୍ରଙ୍ଗ ଫିଟ୍‌ନେସ୍‌ କ୍ଲବର ଅନ୍ୟତମ ଏକ ଅଂଶ ସ୍କାଏ ଲଂଚ ରାଷ୍ଟୁରାଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ତେବେ ଏହି ରାଷ୍ଟୁରେଣ୍ଟ ଟିକୁ ପରିଚାଳକ ଶୁଭମ ଦର୍ଜୀ ନିଜ ପତ୍ନୀ ଶ୍ରୀମତୀ ପାୟଲ ଦର୍ଜୀଙ୍କୁ ଜନ୍ମ ଦିନର ଉପହାର ଦେଇଥିବା ବେଳେ ଏହି ଉଦ୍‌ଘାଟନୀ ସମାରୋହରେ ବଲାଙ୍ଗିରର ସତ୍ୟନାରାୟଣ ଦର୍ଜୀ ଓ ଶ୍ରୀମତୀ ମିନାକ୍ଷୀ ଦର୍ଜୀ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ଏଠାରେ ସ୍ୱାଦିଷ୍ଟ ଓ ଆକର୍ଷଣୀୟ ରୋଷେଇ ଖାଦ୍ୟ ଗ୍ରାହକ ମାନେ ଉଚିତ ମୂଲ୍ୟରେ ପାଇ ପାରିବେ ବୋଲି ପରିଚାଳକ ଶ୍ରୀ ଦର୍ଜୀ ମତ ଦେଇଛନ୍ତି । ଅନ୍ୟପଟେ ଏହି ଉଦ୍‌ଘାଟନୀ ସମାରୋହରେ ବଲାଙ୍ଗିରର ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିବା ଜଣାପଡିଛି ।

Leave A Reply

Your email address will not be published.

1 × 5 =