ବାବୁଫାସଡ ହାଇସ୍କୁଲର ପ୍ରଧାନ ଶିକ୍ଷକ ମନୋରଞ୍ଜନ ପଧାନଙ୍କ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଳକ ବାବୁଫାସଡ ହାଇସ୍କୁଲର ପ୍ରଧାନ ଶିକ୍ଷକ ମନୋରଞ୍ଜନ ପଧାନ(୪୨)ଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ପଧାନ ଜଣେ ଅତ୍ୟନ୍ତ ମେଳାପୀ ବ୍ୟକ୍ତି ଥିଲେ ତଥା ସମାଜ ସେବୀ ସଂସ୍ଥା ବିଙ୍ଗ୍ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ଶାଖାର ସକ୍ରିୟ ସଦସ୍ୟ ଥିଲେ । ପାଣ୍ଡେସରା ନିବାସୀ ସ୍ଵର୍ଗତ ପଧାନ ନିଜର ପତ୍ନୀ, ଏକମାତ୍ର ପୁଅ ଓ ଝିଅକୁ ଛାଡି ଯାଇଛନ୍ତି । ତାଙ୍କ ଦେହାନ୍ତରେ ଜିଲ୍ଲାର ଶିକ୍ଷକ ଜଗତରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.