ଡ. ବିପିନ କୁଶୁଲିଆ ଭିଲେଜର୍ସ ଇଣ୍ଡିଆ ପାର୍ଟି ପ୍ରଦେଶ ଅଧ୍ୟକ୍ଷ ଭାବେ ପୁନଃ ମନୋନିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭିଲେଜର୍ସ ଇଣ୍ଡିଆ ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବଲାଙ୍ଗିରରେ ଅନୁଷ୍ଠିତ ହୋଇଯାଇଛି । ଭିଲେଜର୍ସ ଇଣ୍ଡିଆ ପାର୍ଟିର ସଂସ୍ଥାପକ ଅଧ୍ୟକ୍ଷ ଡ. ବିପିନ କୁଶୁଲିଆ ପୁନଃ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ମୌଖିକ ଏବଂ ହସ୍ତ ଉତ୍ତୋଳନ ଭୋଟରେ ସର୍ବ ସମ୍ମତି କ୍ରମେ ପୁନଃ ପ୍ରଦେଶ ଅଧ୍ୟକ୍ଷ ଭାବେ ମନୋନିତ ହେବା ସହ ପ୍ରଦେଶ ଉପାଧ୍ୟକ୍ଷ ଭାବେ ସୁକାନ୍ତ କୁମାର ମହାପାତ୍ର, ପ୍ରଦେଶ ମହାସଚିବ ଭାବେ ନରେନ୍ଦ୍ର କୁମାର ପଟେଲ ଓ ପ୍ରଦେଶ କୋଷାଧ୍ୟକ୍ଷ ଭାବେ ଅନନ୍ତ ନାରାୟଣ ବନ୍ଦକି ମନୋନିତ ହୋଇଛନ୍ତି । ଭିଲେଜର୍ସ ଇଣ୍ଡିଆ ପାର୍ଟିର ବର୍ତ୍ତମାନ ରାଜ୍ୟ, ଜିଲ୍ଲା, ବ୍ଲକ ଓ ବିଭିନ୍ନ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଭ୍ୟ ମନୋନିତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଗତ ତା.୦୧.୦୯.୨୦୨୦ରେ ଭିଲେଜର୍ସ ଇଣ୍ଡିଆ ପାର୍ଟି ଓଡିଶାର ଏକ ରାଜନୈତିକ ଦଳ ଭାବେ ନିର୍ବାଚନ ଆୟୋଗ ପଞ୍ଜିକୃତ କରିଛନ୍ତି ।

Leave A Reply

Your email address will not be published.