csstore

ଅଯୋଧ୍ୟା ରାମଲାଲା ମନ୍ଦିର ପ୍ରତିଷ୍ଠା : ବଲାଙ୍ଗିର ରାଧାକୃଷ୍ଣ ମନ୍ଦିରରେ ନବଦିନ ବ୍ୟାପୀ ରାମଚରିତ ମାନସ ପାରାୟଣ ପାଞ୍ଚଦିନ ବ୍ୟାପୀ ଯଜ୍ଞ କାର୍ଯ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଯୋଧ୍ୟାରେ ରାମଲାଲାଙ୍କ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ନିକଟ ବଲାଙ୍ଗିର ସର୍ବପୁରାତନ ରାଧାକୃଷ୍ଣ ମନ୍ଦିରରେ ବାବା ଅଦ୍ଵୈତ ଚରଣ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରାଧାକୃଷ୍ଣ ମନ୍ଦିର ଭକ୍ତ କମିଟି, ବଲାଙ୍ଗିର ବୈଦିକ ବ୍ରାହ୍ମଣ ରାଧାମାଧବ ସଂଘ ସହଯୋଗ କ୍ରମେ ଭକ୍ତମାନଙ୍କୁ ନେଇ ରାମ ଚରିତ ମାନସ ପାରାୟଣ ଜାନୁୟାରୀ ୯ରୁ ୧୭ ତାରିଖ ନବଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିବା ବେଳେ ଗତ ୧୮ ତାରିଖଠାରୁ ୨୨ ତାରିଖ ପର୍ଯ୍ୟନ୍ତ ରାମ ଚରିତ ମାନସ ଯଜ୍ଞ ଅନୁଷ୍ଠିତ ହୋଇଛି । ମାନସ ପାରାୟଣରେ ବ୍ୟାସ ରୂପରେ କୁମୁଡେର ଇପସିତ୍ ମିଶ୍ର ଯୋଗଦେଇ ନଅଦିନ ବ୍ୟାପୀ ପ୍ରଭୁ ଶ୍ରୀରାମଙ୍କ ବୃତ୍ତାନ୍ତ ବର୍ଣ୍ଣନା କରିଥିଲେ । ରାଧାକୃଷ୍ଣ ମନ୍ଦିର ପୂଜାରୀ ଆଚାର୍ଯ୍ୟ ଗୋକୁଳାନନ୍ଦ ମିଶ୍ର, ପତ୍ନୀ ରୁକ୍ମିଣୀ ମିଶ୍ର ମୁଖ୍ୟ କର୍ତ୍ତା ଭାବରେ କାର୍ଯ୍ୟ ତୁଳାଇ ଥିବା ବେଳେ ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଯଜ୍ଞ କାର୍ଯ୍ୟକ୍ରମରେ ପୁସ୍ତିକାଚାର୍ଯ୍ୟ ସିମାଞ୍ଚଳ ନନ୍ଦ ଓ ବ୍ରହ୍ମା ନବୀନ ଚନ୍ଦ୍ର ହୋତା ଯୋଗଦେଇ ଯଜ୍ଞ କାର୍ଯ୍ୟ ତୁଳାଇଥିଲେ । କର୍ତ୍ତା ରୂପରେ ଆଜି ୨୦ ତାରିଖ ଦିନ ସନ୍ତୋଷ ମିଶ୍ର, ସୁଦାମ ସାହୁ ଓ ରବୀନ୍ଦ୍ର ମେହେର ଯୋଗଦେଇ ଆହୁତି ଦେଇଥିବା ବେଳେ ପ୍ରତି ଦିନ ୫୧ରୁ ୬୦ ଜଣ ପୁରୁଷ ମହିଳା ଯଜ୍ଞରେ କର୍ତ୍ତା ହୋଇ ଆହୁତି ଦେଉଛନ୍ତି । ଯଜ୍ଞ ଓ ଅନ୍ୟ କାର୍ଯ୍ୟ ଆଗେଇ ନେବାରେ ଆନନ୍ଦ ପାଂସାରି, ଦୁଃଖିଶ୍ୟାମ ତ୍ରିପାଠୀ, ପ୍ରକାଶ ପଶାୟତ, ସୁରେନ୍ଦ୍ର ମିଶ୍ର, ତପନ ମିଶ୍ର, ମଧୁସୂଦନ ମହାରଣା ଓ ସମିତିର ମହିଳା ଭକ୍ତଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମ ଆଗେଇ ଚାଲିଛି । ପ୍ରତ୍ୟହ ୨୦୦ରୁ ୩୦୦ଜଣଙ୍କୁ ମଧ୍ୟାହ୍ନରେ ପ୍ରଭୁଙ୍କ ଅନ୍ନପ୍ରସାଦର ବ୍ୟବସ୍ଥା ମେଡିକାଲ ସାମନାରେ ବ୍ୟବସ୍ଥା ହୋଇଛି ।

jayashree
Leave A Reply

Your email address will not be published.