csstore

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜେପି ମଣ୍ଡଳ ସଭାପତି, ସାଧାରଣ ସମ୍ପାଦକଙ୍କ ବୈଠକ ଓ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାନ୍ଦୁମୁଣ୍ଡା ଆମ୍ବତୋଟାଠାରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଆଠଟି ମଣ୍ଡଳର ବିଜେପି ମଣ୍ଡଳ ସଭାପତି, ସାଧାରଣ ସମ୍ପାଦକ ସଂଘର ଏକ ଦଳୀୟ ବୈଠକ ଓ ପ୍ରଧାନମନ୍ତ୍ରୀଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ବିଜେପି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ସଭାପତି ମୁନିରାମ ନାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟିର ସଂଗଠନ କେମିତି ସୁଦୃଢ଼ ହେବ, ପାର୍ଟିର ସଦସ୍ୟତା ଅଭିଯାନ କେମିତି ଅଧିକରୁ ଅଧିକ ହେବ ସେ ସମ୍ପର୍କରେ ବ୍ୟାପକ ଭାବେ ଆଲୋଚନା କରାଯାଇଥିଲା । ପ୍ରତ୍ୟେକ ବୁଥକୁ ନିର୍ଦ୍ଧାରିତ ସମୟରେ ଯାଇ ଲୋକଙ୍କ ସହିତ ସାକ୍ଷାତ କରି କିପରି ସଭ୍ୟ ସଂଗ୍ରହ କରାଯିବ ସେ ବିଷୟରେ ବିଷଦ ଭାବେ ଆଲୋଚନା ସହ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍‌ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମଣ୍ଡଳ ସଭାପତି ମୁନିରାମ୍ ନାଗ, କ୍ଷୀରସିନ୍ଧୁ ବଛା, ମହାଦେବ ଟାହାଣି, ସୁରେଶ କୁମାର ଭୋଇ, ହରିଶ୍ଚନ୍ଦ୍ର ସାହୁ, ଯୁଧିଷ୍ଠିର ଜାଲ ଓ ସାଧରଣ ସମ୍ପାଦକ କିଶୋର ତେଜୀ, ନରେନ୍ଦ୍ର ରଣା, ଅଲେଖ ବାଗ, ପଦ୍ମନାଭ ସାହୁ, ନିରଞ୍ଜନ ସାହୁ, କୈବଲ୍ୟ ବେହେରା, ସୁନ୍ଦର ମାଝୀ, ପ୍ରଦୀପ ବଛା, ରଞ୍ଜନ ସାହୁ, ବୈବରାଜ ପ୍ରଧାନ ଓ ରାମୁ କୁମ୍ଭାର ଯୋଗ ଦେଇଥିଲେ । ସିନ୍ଧେକେଲା ମଣ୍ଡଳ ସାଧାରଣ ସମ୍ପାଦକ ନରେନ୍ଦ୍ର ରଣା ଧନ୍ୟବାଦ୍ ଦେଇଥିଲେ ।

jayashree
Leave A Reply

Your email address will not be published.