csstore

ବଲାଙ୍ଗିରରେ ନାରାୟନ୍ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ : କୁନିକୁନି ଛାତ୍ରଛାତ୍ରୀଙ୍କ ଡ୍ୟାନ୍ସରେ ଦୁଲୁକିଲା ମଞ୍ଚ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପେଲେସ ଲାଇନ ସ୍ଥିତ ନାରାୟନ୍ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ବଡ଼ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ପ୍ରିନ୍ସିପାଲ୍ ଦିବ୍ୟ ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ବାର ଆସୋସିଏସନର ସଭାପତି ବାସୁଦେବ ରଥ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ସଇଁତଳା ବ୍ଲକ ଶିକ୍ଷାଧିକାରୀ ଦିଲ୍ଲୀପ କୁମାର ଯୋଶୀ ମଞ୍ଚରେ ଉପସ୍ଥିତ ଥିବାବେଳେ ମୁଖ୍ୟ ବକ୍ତା ଭାବରେ ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟର ଅରବିନ୍ଦ ତ୍ରିପାଠୀ ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନେ ମଞ୍ଚ ଉପରେ ନିଜ ନିଜର କଳା ପ୍ରଦର୍ଶନ କରିବା ସହ ମଞ୍ଚକୁ ଦୁଲୁକାଇ ଦେଇଥିଲେ । ଡ୍ୟାନ୍ସ ଶିକ୍ଷକ ସୁବଳ ମହାକୁରଙ୍କ ଅକ୍ଲାନ୍ତ ପ୍ରଶ୍ରମରେ କୁନି କୁନି ଛାତ୍ରଛାତ୍ରୀଙ୍କ ମଞ୍ଚ ଉପରେ ଡ୍ୟାନ୍ସ କରିବା ସଫଳ ହେବା ସହ ବିଦ୍ୟାଳୟର ଶିକ୍ଷୟିତ୍ରୀ ମାନଙ୍କ ବିଶେଷ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିବା ଜଣାପଡିଛି । ମଞ୍ଚ ଉପରେ କୁନି କୁନି ଛାତ୍ରଛାତ୍ରୀଙ୍କ ଡ୍ୟାନ୍ସ ଦେଖି ଦର୍ଶକମାନେ ବିଭୋର ହୋଇପଡ଼ିଥିବା ବେଳେ ବେଶ୍ ପ୍ରଶଂସା କରିଥିଲେ ।

jayashree
Leave A Reply

Your email address will not be published.