csstore

ବେନ୍ଦ୍ରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମାନସିକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଆଗଲପୁର, (ସୁଶୀଳ କୁମାର ମିଶ୍ର) : ବଲାଙ୍ଗିର ଜଲ୍ଲା ଆଗଲପୁର ବ୍ଲକ ବେନ୍ଦ୍ରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ମାନସିକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଗଲପୁର ଭାରପ୍ରାପ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡଃ. ଧିରେନ୍ଦ୍ର ମେହେରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ବେନ୍ଦ୍ରା ଗ୍ରାମପଂଚାୟତ ତଥା ଆଖପାଖ ଅଞ୍ଚଳର ଶତାଧିକ ମାନସିକ ଓ ଅନ୍ୟାନ୍ୟ ରୋଗୀ ଆସି ଚିକିତ୍ସିତ ହୋଇଥିଲେ । ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡଃ. ଅନିଲ କୁମାର ନାୟକ ମାନସିକ ରୋଗୀ ମାନଙ୍କ ଚିକିତ୍ସା କରିଥିବା ବେଳେ ବେନ୍ଦ୍ରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡଃ. ଅଙ୍କିତ ପଣ୍ଡା ଓ ଆୟୁଷ ଡଃ. ସ୍ମୃତିବାସ ମିଶ୍ର ଅନ୍ୟ ରୋଗୀମାନଙ୍କ ଚିକିତ୍ସା କରିଥିଲେ । ବଲାଙ୍ଗିର ମାନସିକ ସ୍ୱାସ୍ଥ୍ୟ ବିଭାଗ ତରଫରୁ ମଳୟ କୁମାର ନାୟକ, ସବ୍ୟସାଚୀ ସିଂ, ସୁବୋଧ ବିଶ୍ୱାଳ, କବିତା ସାହୁ ମାନସିକ ରୋଗୀମାନଙ୍କ କାଉନସେଲିଂ କରିଥିଲେ । ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଫାର୍ମାସିଷ୍ଟ ବିଜୟ କୁମାର ମେହେର, ଚକ୍ରଧର ସେଠ ଔଷଧ ବିତରଣ କରିଥିବା ବେଳେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଅଧିକାରୀ ସୁଚିତ୍ରା ନାୟକ, ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଭଜମନ ସାହୁ, ସୁରେନ୍ଦ୍ର ପଧାନ, ଶୁଭଶ୍ରୀ ପଧାନ, ସହ ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିପିଏମ୍‌, ପିଏଚ୍‌ଇଓଙ୍କ ସହ ବେନ୍ଦ୍ରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ, ଆଶାକର୍ମୀ ଓ ଅଙ୍ଗନବାଡ଼ି ଦିଦିମାନେ ସହଯୋଗ କରିଥିଲେ । ଉକ୍ତ ମାନସିକ ସ୍ୱାସ୍ଥ୍ୟ ଶିବିରକୁ ପରିଚାଳନା କରିଥିଲେ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଧରଣୀଧର ସାହୁ ।

jayashree
Leave A Reply

Your email address will not be published.