om academy

ହରଭଙ୍ଗାରେ ବିଶ୍ୱ ଶାନ୍ତି ମାନସ ଯଜ୍ଞ

ସାଲେଭଟା, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା) ବ୍ଲକ ହରଭଙ୍ଗାରେ ବିଶ୍ୱ ଶାନ୍ତି ମାନସ ଯଜ୍ଞ ଓ ମହାକାଳେଶ୍ଵରଙ୍କ ନୂତନ ବିଗ୍ରହ ସ୍ଥାପନ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । କପିଳେଶ୍ୱର ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ବିଧାୟକ ଡ. ମୁକେଶ ମହାଳିଙ୍ଗ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ନଅ ଦିନ ବ୍ୟାପି ନାମଯଜ୍ଞ, ହୋମ, ହିନ୍ଦୀ ରାମାୟଣ ପାଠ, ଓଡ଼ିଆ ରାମାୟଣ ପାଠ ସମେତ ଅନ୍ତିମ ଦିବସରେ ମହାକାଳେଶ୍ଵରଙ୍କ ନୂତନ ଭବ୍ୟ ବିଗ୍ରହ ସ୍ଥାପନା ହୋଇଥିଲା । ରସାନନ୍ଦ ସାହୁ ତାଙ୍କ ପତ୍ନୀ ରିପି ସାହୁ, ସୁଧୀର ସାହୁ ଓ ଭାରତୀ ସାହୁ, ସୁଶୀଲ ବିଶ୍ଵାଳ ଓ ତାଙ୍କ ପତ୍ନୀ ଯୁଗେଶ୍ୱରୀ ବିଶ୍ଵାଳ କର୍ତ୍ତା ହୋଇଥିଲେ । ଗୋପାଳ ଶତପଥି, ଅଯୋଧ୍ୟା ନନ୍ଦ, କାର୍ତ୍ତିକ ମିଶ୍ର, ବୃଷଭ ନନ୍ଦ ଓ ରତ୍ନାକର ନନ୍ଦ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.

eighteen − 7 =