csstore

ରୁଗୁଡ଼ିଖାଲ ମାନସ ଯଜ୍ଞ କମିଟି ଗଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ରୁଗୁଡିଖାଲ ସ୍ଥିତ ମାନସ ବିହାର ଠାରେ ମାନସ ଯାତ୍ରା ପାଇଁ ମାନସ ଯଜ୍ଞ କମିଟି ପୁନର୍ଗଠିତ ହୋଇଯାଇଛି । ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ଯୁଧିଷ୍ଠିର ପଧାନ ମନୋନୀତ ହୋଇଥିବା ବେଳେ ସମ୍ପାଦକ ଭାବେ ବେଦପତି ପଧାନ, ଉପସଭାପତି ବିକ୍ରମ ସିଂରାଏ ଓ ଉତ୍ତମ ଭୋଇ, ଯୁଗ୍ମ ସମ୍ପାଦକ କିଶୋର ଦର୍ଜି ଓ ମଧୁସୂଦନ ପଧାନ ତଥା କୋଷାଧ୍ୟକ୍ଷ ଭାବେ ସୁଧାଂଶୁ ସାହୁ ମନୋନୀତ ହୋଇଥିଲେ । ଏଥିସହିତ ପରିଚାଳନା କମିଟିରେ ରାମଗୋପାଲ ମଲ୍ଲିକ, ପଦ୍ମଲୋଚନ ପଟ୍ଟନାୟକ, ଶଙ୍କର ସାହାଣୀ, କୃଷ୍ଣ ବୁଧିଆ, ରାଜକୁମାର ଦାସ ଏବଂ ଉପଦେଷ୍ଟା କମିଟିକୁ ପ୍ରହଲ୍ଲାଦ ପଧାନ, ନରସିଂହ ସାହୁ, ଗଦାଧର ଗଡତ୍ୟା, ପୁରୁଷୋତ୍ତମ ଦ୍ୱାରି, ବଳଦେବ ଭୋଇ, ଉଦେନାଥ ଠାକୁର, ବାଙ୍କାନିଧି ଭୋଇ, ରତ୍ନାକର ମିଶ୍ର, ବ୍ରଜମୋହନ ସାହୁ, ପର୍ଶୁ ବିଶ୍ଵାଳ, ପଞ୍ଚାନନ ଦାସ, ଭାଗିରଥି ବିଶ୍ଵାଳ ପ୍ରମୁଖ ମନୋନୀତ ହୋଇଥିବା ଜଣାଯାଇଛି । ଚଳିତ ବର୍ଷ ମାନସ ଯାତ୍ରାକୁ ଅଧିକ ଆକର୍ଷଣୀୟ କରାଯିବା ସକାଶେ ବୈଠକରେ ସହମତି ପ୍ରକାଶ ପାଇଥିଲା ।

jayashree
Leave A Reply

Your email address will not be published.