csstore

ମନରେଗା ପାଉଣା ନ ମିଳିବାରୁ ଟେମରୀ ସରପଞ୍ଚଙ୍କ କାର୍ଯ୍ୟାଳୟରେ ଗଣ ଧାରଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ଗ୍ରାମର ଶ୍ରମିକମାନେ ଆଜିକୁ ଛଅ ମାସ ପୂର୍ବେ ମନରେଗା ଯୋଜନାରେ ମାଟିକାମ କରିଥିଲେ । ଏକ ସପ୍ତାହର ପାଉଣା ପାଇଥିବା ବେଳେ ଆହୁରି ଦୁଇ ସପ୍ତାହର ଉଚିତ ପ୍ରାପ୍ୟ ଏ ପର୍ୟ୍ୟନ୍ତ ମିଳି ନାହିଁ । ବାରମ୍ବାର ବିଡିଓ, ବ୍ଲକ ଅଧ୍ୟକ୍ଷ, ଜେଇଙ୍କ ଠାରେ ଫେରାଦ ହେଲେ ମଧ୍ୟ କିଛି ସୁଫଳ ହୋଇନାହିଁ । ଏଣୁ ଆଜି ୯ ତାରିଖରେ ଟେମରୀ ଗ୍ରାମର ଶ୍ରମିକ ସର୍ବ ସାରଦୀପ ସୁନା, ଜପ ବାଗ, ଭଗବାନ ମହାନନ୍ଦ, ମହେନ୍ଦ୍ର ବାଗ, ହେମନ୍ତ ନାଗ, ରୁଦୁନା ମହାନନ୍ଦ, ସୁଶାନ୍ତ ବାଗ, ଜୟଦେବ ବରିହା, ରତନ ଠାକୁର, ଭଗବାନ ବଛା, ମଦନ ସାହୁ ପ୍ରମୁଖ ଗଣ ଧାରଣାରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବସିଛନ୍ତି। ଖବର ଲେଖା ହେବା ପୂର୍ବରୁ କୌଣସି ପ୍ରଶାସନ ପହଞ୍ଚି ପାରିନାହିଁ ।

jayashree
Leave A Reply

Your email address will not be published.