pakka

ଜିଲ୍ଲାପାଳଙ୍କ ଦ୍ୱାରା ଜିଲ୍ଲାସ୍ତରୀୟ ମାନବ ଶୃଙ୍ଖଳ ଶୁଭାରମ୍ଭ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାସ୍ତରୀୟ ମାନବ ଶୃଙ୍ଖଳକୁ ଜିଲ୍ଲାପାଳ ଚଂଚଳ ରାଣା ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଶୁଭାରମ୍ଭ କରିଥିଲେ । ଜିଲ୍ଲାସ୍ତରୀୟ ମାନବ ଶୃଙ୍ଖଳରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶାନ୍ତିଲାଲ ଦୀପ, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ବଲାଙ୍ଗିର ସିଡ଼ିପିଓ, ମହିଳା ସୁରକ୍ଷା ଅଧିକାରୀ ମଂଜୁଳା ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ଦିଗାମ୍ବର କର, ସୁଧାଂଶୁ କୁମ୍ଭାର, ଅରୁଣ ଖୁଆସ, ଚୂଡ଼ାମଣି ପଣ୍ଡା, ଶେଷଦେବ ମହାକୁର, ନିର୍ମଳ ଶର୍ମା, ସୁଦାମ ସୁନା, ମ୍ୟୁନିସିପାଲିଟି ଅଂଚଳର ସମସ୍ତ ଅଙ୍ଗନୱାଡି କର୍ମୀ, ସହାୟିକା, ସ୍ୱୟଂ ସହାୟିକା ଗଣ ଭାଗ ନେଇଥିଲେ । ଏହାର ଠିକ୍‌ ପରେ ପରେ ଜିଲ୍ଲାର ୧୪ଟି ଯାକ ବ୍ଲକ, ୩୧୭ ପଞ୍ଚାୟତ ଓ ସମସ୍ତ ଗାଁରେ ମଧ୍ୟ ମାନବ ଶୃଙ୍ଖଳ କରାଯାଇ ବ୍ୟାପକ ସଚେତନତା ଜିଲ୍ଲାବ୍ୟାପୀ ସୃଷ୍ଟି କରାଯାଇଥିଲା ।

ଏହାପରେ ପୂର୍ବାହ୍ନରେ ଜିଲ୍ଲାପାଳ ଚଂଚଳ ରାଣାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଶିଶୁମାନଙ୍କ ପାଇଁ ଥିବା ସମସ୍ତ ଟାସ୍କ-ଫୋର୍ସ ଓ କମିଟି ସମୂହର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହାକୁ ଲକ୍ଷ୍ମୀ ସିଂ ପରିଚାଳନା କରିବା ସଂଗେ ସଂଗେ ଜିଲ୍ଲାରେ ଶିଶୁମାନଙ୍କ ପାଇଁ କାର୍ୟ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର କାର୍ୟ୍ୟକାରିତାର ସ୍ଥିତିକୁ ପ୍ରୋଜେକ୍ଟର ମାଧ୍ୟମରେ ଉପସ୍ଥାପନ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଦିଲୀପ ପଟେଲ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଧୃବଚରଣ ବେହେରା, ଜିଲ୍ଲା ଶିକ୍ଷାଧିକାରୀ, ଅତିରିଲ୍ମଙ୍ଗଳ ଅଧିକାରୀ, ଅତିରିକ୍ତ ଶ୍ରମ ଅଧିକାରୀ, ଶିଶୁମଙ୍ଗଳ ସମିତିର ଯୋଗେଶ୍ୱର ମହାନ୍ତି, ଡା. ଗୋଦାବରିଶ ରଥ, ବିରଂଚି ବହିଦାର, ନନ୍ଦକିଶୋର ଷାଣ୍ଢ, ସୁନିତା ତ୍ରିପାଠୀ, ଜିଲ୍ଲାରେ କାର୍ୟ୍ୟ କରୁଥିବା ଚାଇଲ୍‌ଡ ଲାଇନ୍‌ର କର୍ମକର୍ତ୍ତା, ସୁଧାର ଗୃହ, ସଖୀର କର୍ମକର୍ତ୍ତାଙ୍କ ସହ ବିଭିନ୍ନ ବ୍ଲକ୍‌ର ସିଡ଼ିପିଓ ଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

10 − 8 =