pakka

ମମିତାଙ୍କ ପରିବାରଙ୍କୁ ଭେଟିଲା କଂଗ୍ରେସର କେନ୍ଦ୍ରୀୟ ଟିମ : ଏଠି ରକ୍ଷକ ଭକ୍ଷକ ସାଜିଛି – ରାଷ୍ଟ୍ରୀୟ ମୁଖପାତ୍ର

bbehera

ଟିଟିଲାଗଡ, (ଅଜିତ କୁମାର ସାହୁ) : ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକୁ ନେଇ ଚାରି ଆଡ଼େ ଚର୍ଚ୍ଚା ହେଉଥିବା ବେଳେ ଝରଣୀ ଗାଁରେ ନେତା, ମନ୍ତ୍ରୀଙ୍କ ପ୍ରତ୍ୟେକ ଦିନ ଡେରା ପଡୁଛି । ତେବେ ମମିତା ମେହେର ହତ୍ୟା ଘଟଣାର ଷଡଯନ୍ତ୍ରକାରୀ ଓଡ଼ିଶାର ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଏତେ ଅଭିଯୋଗ ପରେ କାହିଁକି ମାମଲା ରୁଜୁ କରାଯାଉ ନାହିଁ ତାହାକୁ ନେଇ ବିରୋଧୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ମମିତାଙ୍କ ପରିବାରକୁ ଭେଟିବାକୁ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା ସମେତ କଂଗ୍ରେସ ଦଳର ବରିଷ୍ଠ ନେତା ମାନେ ସାମିଲ ହୋଇଥିଲେ । କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, ଓଡ଼ିଶାର ଗୃହରାଷ୍ଟ୍ର ମନ୍ତ୍ରୀ ଅଭିଯୁକ୍ତଙ୍କ ସହ ରହି ଷଡ଼ଯନ୍ତ୍ର କରିଥିଲେ । ସେ ଦୋଷୀଙ୍କୁ ସୁରକ୍ଷା ଦେଉଥିଲେ । ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଉ ଓ ରକ୍ଷକ ଯଦି ଏଠି ଭକ୍ଷକ ସାଜିଛି । ତେବେ ଏଠାରେ ମହିଳା ମାନେ କିଭଳି ଭାବେ ସୁରକ୍ଷିତ ରହିବେ ତାହା କଂଗ୍ରେସ ଦଳ ମଧ୍ୟ ପ୍ରଶ୍ନ ଉଠାଇଛି । ମମିତା ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ କରାଯାଉ ଓ ଦୋଷୀକୁ ଫାଶୀ ମିଳୁ । ୯୦ ଦିନ ଭିତରେ ବିଚାର ପ୍ରକ୍ରିୟା ସାରି ଦୋଷୀକୁ ଫାଶୀ ଦିଆଯାଉ । ସେହିଭଳି ମମିତାଙ୍କ ପରିବାରକୁ କୋଟିଏ ଟଙ୍କା ସହ ତାଙ୍କ ଭାଇକୁ ଚାକିରି ମିଳୁ ବୋଲି ସେ ଦାବୀ କରିଛନ୍ତି । ଶ୍ରୀ ସୂର୍ଯ୍ୟେୱାଲାଙ୍କ ସହିତ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର ଓ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପ୍ରମୁଖ କଣ୍ଟାବାଞ୍ଜିର ଝରଣୀ ଗାଁ ଯାଇ ମମିତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ ଓ ସମାବେଦନା ମଧ୍ୟ ଜଣାଇଥିଲେ ।

jay balangir
Leave A Reply

Your email address will not be published.

1 × five =

error: Content is protected !!