csstore

ଯମୁନା ଗ୍ରାମରେ ବ୍ଲକସ୍ତରୀୟ ମକରମେଳା ମହୋତ୍ସବ ପାଇଁ ମହିଳାଙ୍କ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ଗ୍ରାମରେ ଥିବା ଡଙ୍ଗରବୁଢ଼ା ପାହାଡ଼ରେ ଅନୁଷ୍ଠିତ ହେବାକୁ ଥିବା ବ୍ଲକସ୍ତରୀୟ ପ୍ରସିଦ୍ଧ ମକର ମେଳାର ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ସୋମବାର ପବିତ୍ର ପୌଷ ପୂର୍ଣ୍ଣିମାରେ କଳସ ଶୋଭାଯାତ୍ରା ଓ ଅଧିବାସ ପର୍ବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ମହାଦେବ ମନ୍ଦିର ବନ୍ଧରୁ ୨୫୧ଜଣ ଶ୍ରଦ୍ଧାଳୁ ମହିଳା ଭଜନ ସଂକୀର୍ତ୍ତନ୍ୟ ସହ ଜଳପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ । ଏହି ବ୍ଲକସ୍ତରୀୟ ମକର ମେଳା ମହୋତ୍ସବରେ କର୍ତ୍ତା ରୂପେ ଗାଁର ଗୌନ୍ତ୍ୟା ନେତ୍ରାନନ୍ଦ ମହାକୁର ଓ ତାଙ୍କ ପତ୍ନୀ ଝୁନୁରାଣୀ ମହାକୁର, ପୂଜକ ରୂପେ ଦୁର୍ଯ୍ୟୋଧନ ପାଣିଗ୍ରାହୀ ଓ ଜପକ ରୂପେ ଦାଶରଥି ଷଡ଼ଙ୍ଗୀ ଦାୟିତ୍ୱ ନିର୍ବାହ କରୁଛନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ନାମାରମ୍ଭ ହେବ ବୋଲି ଜଣାପଡିଛି । ଆୟୋଜକ ବ୍ଲକସ୍ତରୀୟ ମକର ମେଳା କମିଟି ପକ୍ଷରୁ ସଭାପତି ନିତ୍ୟାନନ୍ଦ ମହାକୁର, ଉପସଭାପତି ରମେଶ ଭୋଇ, ସମ୍ପାଦକ ସୁଶାନ୍ତ ପଧାନ, ସହ ସମ୍ପାଦକ ସଚିଦାନନ୍ଦ ମହାକୁର, କୋଷାଧ୍ୟକ୍ଷ ବ୍ୟାସଦେବ ପଧାନ, ସହ କୋଷାଧ୍ୟକ୍ଷ ଅକୃର ମେର୍ଲିଙ୍କ ସହ ଉପଦେଷ୍ଟା ମାର୍କଣ୍ଡ ମହାକୁର, ଚୈତନ୍ୟ ଶିକା, ନଟବର ମେର୍ଲି, ଉଦ୍ରାଧର ମହାକୁର, ମଧୁସୂଦନ କର୍ମୀ, ରାଏଧର ଶିକା, ଦେବେନ୍ଦ୍ର ପଧାନ, ଜେହେରୁ ମହାକୁର, ଦୁର୍ଗାନନ୍ଦ ମହାକୁର, ଗାନ୍ଧିଲାଲ ମହାକୁର, ଯୁଧିଷ୍ଠିର ପଧାନ, ଛନ୍ଦାଚରଣ ପାତ୍ର, ନବୀନ ସାହୁଙ୍କ ସହ ସମସ୍ତ ଶ୍ରଦ୍ଧାଳୁ ମହିଳା ଓ ଯମୁନା ଗ୍ରାମବାସୀଙ୍କ ସହ ପଡୋଶୀ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ।

jayashree
Leave A Reply

Your email address will not be published.