pakka

ଝାରମୁଣ୍ଡାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ମିନିଷ୍ଟାଡ଼ିୟମ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଝାରମୁଣ୍ଡା ଏଥଲେଟିକ ଏସୋସିଏସନ୍‌ ଓ ସର୍ବୋଦୟ ୱେଲଫେୟାର ସୋସାଇଟିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏସୋସିଏସନ୍‌ ସଭାପତି ଶ୍ୟାମସୁନ୍ଦର ମେହେର ସଭାପତିତ୍ୱ କରିଥିଲେ । ଏଥିରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟଅତିଥି, ବିଜେଡ଼ି ରାଜ୍ୟ ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରା, ଲୋଇସିଂହା ୩୩ ଜିଲ୍ଲା ପରିଷଦ ସଭ୍ୟା ଲିଳିମା ବେହେରା, ୩୪ ଜୋନ ସଭ୍ୟା ସଂଯୁକ୍ତା ବରିହା ଓ ବେଥାନୀ କନଭେଣ୍ଟ ସୁପେରିଆର୍ ସିଷ୍ଟର ସୁପ୍ରୀତା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ନାରୀ ଯୁଗେ ଯୁଗେ ପୂଜନୀୟା । ସମାଜର ଉନ୍ନତି ପାଇଁ ତାଙ୍କର ବଳିଦାନ ଯଥେଷ୍ଟ ରହିଛି ବୋଲି ମୁଖ୍ୟ ଅତିଥି ଶ୍ରୀ ବିଶି କହିଥିଲେ । ଏହି ଅବସରରେ ବିଭିନ୍ନ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ବେଥନୀ କନ୍‌ଭେଣ୍ଟ ସ୍କୁଲର ଛାତ୍ରଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ । ପ୍ରାରମ୍ଭରେ ଏକ ରେଲି ଝାରମୁଣ୍ଡା ବସ୍ତି ପରିକ୍ରମା କରିଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳା ଯୋଗଦେଇଥିଲେ । ପରିଚାଳନାରେ ମନୋଜ ଧରୁଆ, ସୁନିଲ ଅଗ୍ରୱାଲ, ସୁଧାଂଶୁ ମହାକୁର, ଗୁଣ ମଣି ସେଠ୍, କାର୍ତ୍ତିକ କର୍ତ୍ତି, ଆନନ୍ଦ ରୁଆ, କାଳୀ ଚରଣ ବଗର୍ତ୍ତୀ, ବିନୋଦ ଧରୁଆ, ବିରେନ୍ଦ୍ର ଧରୁଆ, ଦୁଃଖୀଶ୍ୟାମ ଧରୁଆ, ଦିନେଶ ସାହୁ, ଗୋକୁଳ ମେହେର, ସନ୍ତୋଷ ମେହେର, ଅନ୍ତର୍ଯ୍ୟାମୀ ମେହେର, ଚନ୍ଦ୍ରଭାନୁ ମନହିରା, ବିଘ୍ନରାଜ ସାହୁ, ଅନ୍ତର୍ଯ୍ୟାମୀ ସାହୁ ସମେତ ଏସୋସିଏସନ୍‌ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ପ୍ରମିଳା ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରତିମା ଭୋଇ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

3 × four =