pakka

ଗଞ୍ଜାମ ଜିଲ୍ଲା ଜନଶିକ୍ଷଣ ସଂସ୍ଥାନ ଦ୍ୱାରା ଅନ୍ତର୍ଜାତିକ ମହିଳା ଦିବସ ମହାସମାରୋହରେ ପାଳିତ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଏନ୍‌.ଏ.ସି. ଅନ୍ତର୍ଭୂକ୍ତ ରିକାପଲ୍ଲୀ କଲ୍ୟାଣ ମଣ୍ଡପଠାରେ ଅନ୍ତର୍ଜାତିକ ମହିଳା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ସମାରୋହରେ ଶତାଧିକ ମହିଳା ଅଂଶଗ୍ରହଣ କରିଥିଲେ । ସମାଜକୁ ଆଗକୁ ବଢ଼ିବାରେ ମହିଳାମାନଙ୍କ ଦାୟିତ୍ୱ, କର୍ତ୍ତବ୍ୟ ଓ ଅଧିକାର ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଛତ୍ରପୁର ଏନ୍‌.ଏ.ସି. ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ କଲ୍ୟାଣୀ ଦାସ, ୧୦ ନମ୍ବର ଓ ୧୧ ନମ୍ବର ୱାର୍ଡର କାଉନସିଲର ଯଥା କ୍ରମେ ବୁନୁ ମିଶ୍ର ଓ ଶ୍ରୀମତୀ ସନ୍ତୋଷୀ ସେଠୀ ଉପସ୍ଥିତ ରହି ସମାଜକୁ ଆଗକୁ ନେବାରେ ନାରୀମାନଙ୍କ ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଜନଶିକ୍ଷଣ ସଂସ୍ଥାନର ନିର୍ଦ୍ଦେଶକ ମନୋଜ ବିଶ୍ୱାଳଙ୍କ ସମେତ ବିଶ୍ୱକେଶନ ଛାଟୋଇ, ମିଟୁ ସାହୁ, ସୁଜାତା ମହାରଣା, ଅଭିଜିତ ଖାଡ଼ଙ୍ଗା ଏବଂ ଶୁଭେନ୍ଦ୍ର କୁମାର ଦାଶ ପରିଚାଳନା କରିଥିଲେ ।

jay balangir
Leave A Reply

Your email address will not be published.

twenty − 17 =