csstore

ଡେଲାଙ୍ଗରେ ବିଶ୍ଵ ମହିଳା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆନ୍ତର୍ଜାତୀୟ ମହିଳା ଦିବସ ପ୍ରତିବର୍ଷ ମାର୍ଚ୍ଚ ୮ରେ ସାରା ବିଶ୍ଵରେ ପାଳନ ହୋଇ ଆସୁଅଛି । ବିଶ୍ଵର ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ପ୍ରତି ସମ୍ମାନ, ପ୍ରଶଂସା, ରାଜନୈତିକ ଓ ସାମାଜିକ ଉପଲବ୍ଧି ଉପଲକ୍ଷେ ଉତ୍ସବ ରୂପେ ପ୍ରତିବର୍ଷ ପାଳନ କରାଯାଇଥାଏ । ଏହି ଅବସରରେ ଗତକାଲି ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଦିଲ୍ଲୀପ କୁମାର ଷଡଙ୍ଗୀ ଯୋଗଦେଇ ବ୍ଲକର କାର୍ଯ୍ୟରତ ମହିଳା କର୍ମଚାରୀମାନଙ୍କୁ ନିରାପଦ ଓ ଚାପମୂକ୍ତ ବାତାବରଣରେ ରହିଲେ ପ୍ରକ୍ରୁତ ମହିଳା ସଶକ୍ତିକରଣ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏବିଓ ପ୍ରଦୀପ୍ତ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେଶ୍ଵର ମହାରଣା, କନୀଷ୍ଠ ଯନ୍ତ୍ରୀ ଜଗନ୍ନାଥ ରାଉତ, ଶୂଭ୍ରାଜିତା ପାଣି, ଚିତ୍ରୋତ୍ପଳା ନାୟକ, ପ୍ରମୋଦୀନୀ ବେହେରା ପ୍ରମୁଖ ଉପସ୍ଥିତ ହୋଇ ମହିଳାମାନଙ୍କୁ ସାହସର ସହ ଯେ କୌଣସି ପରିସ୍ଥିତିରେ ମୁକାବିଲା କରିବାକୁ ପ୍ରେରଣା ଦେଇଥିଲେ । ଆଜିର ନାରୀ ଶଂକୀର୍ଣ୍ଣ ଚିନ୍ତାଧାରାରୁ ବହୁ ଊର୍ଦ୍ଧ୍ବରେ । ବିଭିନ୍ନ ବାଧା ବିଘ୍ନ ସତ୍ତେ ନାରୀଟି ପ୍ରତ୍ୟେକ କ୍ଷେତ୍ରରେ ପ୍ରମାଣ କରାଇ ଦେଖାଇଛି ଯେ ତା ଦ୍ବାରା ସବୁ ସମ୍ଭବ । ସାରା ବିଶ୍ଵରେ ମହିଳାମାନଙ୍କୁ ଶୁଭେଛା ଜଣାଇବା ସହ ବେଶ ହର୍ଷ ଉଲ୍ଲାସର ସହିତ ଏହି ଦିବସଟିକୁ ପାଳନ କରାଯାଇଥିଲା ।

jayashree
Leave A Reply

Your email address will not be published.