pakka

ସଇଁନ୍ତଲା ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ମହିଳା ଆସନ ସଂରକ୍ଷିତ : ୨୨ ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ଚୂଡାନ୍ତ ତାଲିକା

kalikesh

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ରାଜ ନିର୍ବାଚନ ପାଇଁ ନିର୍ବାଚନ କମିଶନ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ସରକାର ଏ ନେଇ ଆବଶ୍ୟକ ପ୍ରସ୍ତୁତି ଜାରୀ ରଖିଛନ୍ତି । ଏ କ୍ରମରେ ପ୍ରାଥମିକ ସଂରକ୍ଷିତ ତାଲିକାକୁ ବ୍ୟାପକ ପରିବର୍ତନ କରାଯାଇ ଚୂଡାନ୍ତ ତାଲିକା ଗତ ୬ ତାରିଖ ଦିନ ପ୍ରକାଶ ପାଇଛି । ଏହି ସଇଁନ୍ତଲା ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ମହିଳା ଆସନ ସଂରକ୍ଷିତ କରାଯାଇଛି । ସେହିପରି ସଇଁନ୍ତଲା ବ୍ଲକର ୨୨ ଗୋଟି ପଞ୍ଚାୟତର ସଂରକ୍ଷିତ ତାଲିକାକୁ ଅଦଳବଦଳ କରାଯାଇ ଚୂଡାନ୍ତ ତାଲିକା ପ୍ରକାଶ କରାଯାଇଛି । ଏଥିରେ ସଇଁନ୍ତଲା ପଞ୍ଚାୟତ ସରପଞ୍ଚ ଅଣସଂରକ୍ଷିତ ହୋଇଥିବା ବେଳେ ସମିତି ସଭ୍ୟ ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଇଛି । ବିବିନା ପଞ୍ଚାୟତରେ ସରପଞ୍ଚ ଅଣସଂରକ୍ଷିତ ଓ ସମିତି ସଭ୍ୟ ଆସନ ମହିଳା ରହିଅଛି । ସେହିପରି କେରମେଲିରେ ସରପଞ୍ଚ ଓ ସମିତିଙ୍କ ପାଇଁ ଅଣସଂରକ୍ଷିତ, ଡେଙ୍ଗରେ ସରପଞ୍ଚ ମହିଳା ଓ ସମିତି ଅଣସଂରକ୍ଷିତ, ଆମ୍ବପାଲିରେ ସରପଞ୍ଚ ମହିଳା ଓ ସମିତି ସଭ୍ୟ ପାଇଁ ଏସ.ଟି, ବୁଢ଼ାବାହାଲରେ ସରପଞ୍ଚ ଏସି.ସି. ମହିଳା, ସମିତି ପାଇଁ ଏସ.ସି., କନ୍ଧକେଲଗାଁରେ ସରପଞ୍ଚ ଓ ସମିତି ସଭ୍ୟଙ୍କ ପାଇଁ ମହିଳା ଆସନ ରହିଥିବା ବେଳେ କୁମ୍ଭାରୀରେ ସରପଞ୍ଚ ଓ ସମିତି ସଭ୍ୟଙ୍କ ପାଇଁ ଏସି.ସି. ମହିଳା, କରମତଲାରେ ସରପଞ୍ଚ ମହିଳା ଓ ସମିତି ସଭ୍ୟ ଏସ. ଟି. ମହିଳା, ଟିକ୍ରାପଡାରେ ସରପଞ୍ଚ ଏସ.ସି. ରହିଥିବା ବେଳେ ସମିତି ସଭ୍ୟ ପାଇଁ ଏସ.ସି ମହିଳା, ଝିଙ୍କିଡୁଙ୍ଗୁରିରେ ସରପଞ୍ଚ ଓ ସମିତି ପାଇଁ ମହିଳା, ଜୁରାବନ୍ଦରେ ସରପଞ୍ଚ ଅଣସଂରକ୍ଷିତ ଓ ସମିତି ପାଇଁ ଏସ.ଟି ମହିଳା, ଧରବଗଡ଼ରେ ସରପଞ୍ଚ ମହିଳା ଓ ସମିତି ପାଇଁ ଅଣସଂରକ୍ଷିତ, ଗଣ୍ଡପତ୍ରାପାଲିରେ ସରପଞ୍ଚ ଅଣସଂରକ୍ଷିତ ଓ ସମିତି ପାଇଁ ମହିଳା, ତାଲବାହାଲରେ ସରପଞ୍ଚ ଓ ସମିତି ପାଇଁ ଅଣସଂରକ୍ଷିତ, କୁଇକେଡ଼ାରେ ସରପଞ୍ଚ ଅଣସଂରକ୍ଷିତ ଥିବା ବେଳେ ସମିତି ପାଇଁ ଏସ.ଟି., ଭଦ୍ରାରେ ସରପଞ୍ଚ ଓ ସମିତି ସଭ୍ୟ ପାଇଁ ଅଣସଂରକ୍ଷିତ, ବେଲଗାଁରେ ସରପଞ୍ଚ ଏସ. ସି ଓ ସମିତି ପାଇଁ ଏସ. ସି ମହିଳା, ଶିଶକେଲାରେ ସରପଞ୍ଚ ମହିଳା ଓ ସମିତି ପାଇଁ ଅଣସଂରକ୍ଷିତ, ଡୁଙ୍ଗୁରିପାଲିରେ ସରପଞ୍ଚ ଓ ସମିତି ସଭ୍ୟ ପାଇଁ ଅଣସଂରକ୍ଷିତ, କଅସରରେ ସରପଞ୍ଚ ଓ ସମିତି ସଭ୍ୟ ପାଇଁ ମହିଳା ଓ ଘୁନସର ପଞ୍ଚାୟତରେ ମଧ୍ୟ ସରପଞ୍ଚ ଏସି.ସି ମହିଳା ଓ ସମିତି ସଭ୍ୟ ଏସି.ସି ଆସନ ରହିଅଛି । ସେହିପରି ଟିକ୍ରାପଡା ଜିଲ୍ଲା ପରିଷଦ ୩୯ ନମ୍ବର ଜୋନରେ ଅଣସଂରକ୍ଷିତ ରହିଥିବା ବେଳେ ବେଲଗାଁ ୩୧ ନମ୍ବର ଜୋନରେ ମହିଳା ଓ ୩୨ ନମ୍ବର ସଇଁନ୍ତଲା ଜିଲ୍ଲା ପରିଷଦ ଜୋନ ଅଣ ସଂରକ୍ଷିତ ରହିଅଛି । ଏହାପରେ ଗାଁ ଗାଁରେ ରାଜନୀତିକ ଉଷ୍ଣତା ଦେଖା ଦେଇଥିବା ବେଳେ ଜନସାଧାରଣ ମଧ୍ୟ ନିଜ ନିଜ ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ଅଙ୍କକଷା ଆରମ୍ଭ ହୋଇଯାଇଛି ।

pp
Leave A Reply

Your email address will not be published.

five + four =