ଭିଜିଲାନ୍ସ ହାବୁଡରେ ପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ

ବୈପାରୀଗୁଡା : ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡରେ ପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ । ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ କାର୍ଯ୍ୟାଳୟରେ ମହିଳା ସହକାରୀ ଯନ୍ତ୍ରୀ ଭାନୁମୋତି ଟୁଡୁ କାର୍ଯ୍ୟରତ ଥିବା ବେଲେ ଆଜି ପୂର୍ବାହ୍ନରେ ଭାନୁମୋତି ଘୁମର ଗାଁର ଜଣେ ହିତାଧିକାରୀଙ୍କ ଠାରୁ ଗାଈ ଗୁହାଳ ନିର୍ମାଣ କାର୍ଯ୍ୟର ବିଲ୍ ପାସ କରିବାକୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ସେହି ସମୟରେ ଜୟପୁର ଭିଜିଲାନ୍ସ ଟିମ ମାଡ଼ି ବସିଥିଲେ । ରଙ୍ଗବୋଳା ଟଙ୍କା ଜବତ କରିବା ସହ ତାଙ୍କ ଅଫିସ ଚାମ୍ବର ତନାଘନା ଚାଲିଛି ଏବଂ କନିଷ୍ଠ ଯନ୍ତ୍ରୀ ଭାନୁମୋତିଙ୍କୁ ପଚାରାଉଚରା ଚାଲିଛି । ଏଥିସହ ତାଙ୍କ ନିଜ ଘର ସୁନାବେଡାରେ ମଧ୍ୟ ରେଡ ଚାଲିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

error: Content is protected !!