pakka

ଡାକ୍ତର ମହେଶ୍ୱର ସିଂହଙ୍କ ବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଜଣାଶୁଣା ହୋମିଓପାଥିକ ଡାକ୍ତର ତଥା ଟ୍ରାଫିକ ଗେଟ୍‌ରେ ଥିବା ଲିସା ହୋମିଓ ଫର୍ମାସୀର ମୁଖ୍ୟ ଡାକ୍ତର ମହେଶ୍ୱର ସିଂହଙ୍କ ୭୧ବର୍ଷ ବୟସରେ ବିୟୋଗ ଘଟିଛି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଚନ୍ଦନନଗର ଗ୍ରାମମୂଳ ବାସିନ୍ଦା ସ୍ୱର୍ଗତ ସିଂହ ୧୯୮୮ ମସିହାରୁ ହୋମିଓପାଥିକ ଡାକ୍ତର ଭାବେ ସେବା ଯୋଗାଇ ଆସୁଥିଲେ । ସଂପ୍ରତି ସେ ବାସନ୍ତୀ କଲୋନୀଠାରେ ବାସ କରୁଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ତାଙ୍କ ସାନଭାଇ ରାଜ୍ୟସଭା ସାଂସଦ ସୁବାସ ସିଂହ ରାଉରକେଲା ଆସୁଥିବା ଜଣାପଡିଛି । ତାଙ୍କର ବିଧବା ପତ୍ନୀଙ୍କ ବ୍ୟତୀତ ଏକମାତ୍ର ପୁତ୍ର ଡାକ୍ତର ଜ୍ୟୋତିପ୍ରକାଶ, ବୋହୁ ଓ ଦୁଇ ନାତୁଣୀ ଥିବା ବେଳେ କନ୍ୟା ଲିସା ପ୍ରିୟଦର୍ଶନୀ ବାଙ୍ଗାଲୋରରେ ଏକ ବହୁରାଷ୍ଟ୍ରୀୟ କଂପାନିରେ ପଦସ୍ଥ ଅଧିକାରୀ ଭାବେ କାର୍ଯ୍ୟରତ । ଡାକ୍ତର ସିଂହଙ୍କ ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ଓ ଡାକ୍ତର ଶେଷ ଦର୍ଶନ କରିଥିଲେ । ସେ ଜଣେ ଅମାୟିକ ଓ ବଂଧୁ ବତ୍ସଳ ବ୍ୟକ୍ତି ଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ବେଦବ୍ୟାସ ଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିବା ବେଳେ ପୁତ୍ର ଡାକ୍ତର ଜ୍ୟୋତି ପ୍ରକାଶ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.

five × 5 =