csstore

୧୩ ତମ ମାଁ ଲଙ୍କେଶ୍ଵରୀ କ୍ରିକେଟ କପ ମହାସମାରୋହ ରେ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ସିଂହନପୁର ସ୍ଥିତ ମାଁ ଲଙ୍କେଶ୍ଵରୀ କ୍ରିକେଟ କ୍ଲବ ଦ୍ୱାରା ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଗ୍ରାମର ସ୍ୱର୍ଗତ ଦଇତାରୀ ସାହୁ ଏବଂ ଗୀତାଞ୍ଜଳି ମେହେରଙ୍କ ସ୍ମୃତିରେ ୧୩ତମ କ୍ରିକେଟ କପ ଆୟୋଜିତ ହୋଇଯାଇଛି । ତେବେ ଗ୍ରାମ ଦେବି ଲଙ୍କେଶ୍ୱରୀଙ୍କ ପୂଜାର୍ଚନା ସହ ଖେଳାଳି ମାନେ ପଡିଆକୁ ଆସି ପ୍ରଥମ ମ୍ୟାଚ ଆରମ୍ଭ କରିଥିଲେ । ମୁଖ୍ୟ ଅତିଥି ଭାବରେ ଝସକେତନ ସାହୁ, ଧନେଶ୍ୱର ମେହେର ଯୋଗ ଦେଇ କପର ଉଦ୍‌ଘାଟନ କରିଥିବା ବେଳେ ଆଗାମି ୫ ଦିନ ଧରି ମୋଟ ୨୪ଟି ଦଳ ଏହି କପରେ ଅଂଶ ଗ୍ରହଣ କରିଥିବା ବେଳେ ପ୍ରତ୍ୟେକ ଦିନ ଛଅଟି ଦଳ ମଧ୍ୟରେ ୫ଟି ଲେଖାଏଁ ମ୍ୟାଚ ହେବାକୁ ଥିବା ବେଳେ ପ୍ରତ୍ୟେକ ମ୍ୟାଚ ନାକଆଉଟ୍‌ ମ୍ୟାଚ ହେବ। ତେବେ ଯେଉଁ ଦଳ ଅନ୍ୟ ୫ଟି ଦଳକୁ ପରାସ୍ତ କାରି ୪ଟି ନକଆଉଟ୍‌ ମ୍ୟାଚରେ ବିଜୟୀ ହେବେ ସେ ସିଧା ସଳଖ ସେମି ଫାଇନାଲରେ ପ୍ରବେଶ କରିବେ ବୋଲି ଆୟୋଜକ କମିଟି ତରଫରୁ ସୂଚନା ଦିଆଯାଇଛି । ତେବେ ଆଜି ପ୍ରଥମ ଦିନରେ ମ୍ୟାଚରେ ଖଇରା ଦଳ, ପଦ୍ମପୁର ନିଞ୍ଜା ସ୍ପୋର୍ଟିଂ, ସାନ ସାହାଜ ବାହାଲ ଦଳ, ଝାଙ୍କରପାଲି ଦଳ, କଂଶାପଲା ଦଳ ଖଇରପାଲି ଦଳ ନାକଆଉଟ୍‌ ମ୍ୟାଚ ଖେଳିଥିଲେ । ତେବେ ଫାଇନାଲରେ ବିଜୟୀ ଦଳକୁ କପ ସହ ଟଙ୍କା ୨୧୦୦୦/- ଏବଂ ରାନର୍ସଅଫ ଦଳକୁ କପ ସହ ଟଙ୍କା ୧୫୦୦୦/- ରାଶି ସହ ମ୍ୟାନ ଅଫ୍‌ ଦି ସିରିଜ୍‌ ହୋଇଥିବା ଖେଳାଳିଙ୍କୁ ଏକ ବାଇସକେଲ ସହ ପୁରସ୍କୃତ କରାଯିବା କମିଟିର ସଭାପତି ମଣ୍ଟୁ ପାଣ୍ଡେ ସୂଚନା ଦେଇଛନ୍ତି । ତେବେ ଏହି କପର ଆୟୋଜନ ପାଇଁ କ୍ଲବର ଉପଦେଷ୍ଟା ତଥା ଜୁବ କାଉନ୍ସିଲର ଇଂ. କୁନାଲ ପାଣିଗ୍ରାହୀ, ସତ୍ୟବାନ ସାହା, ଡୁଲାଦେବ ସାହା, ମନୋଜ ସାହା, ସୁମିତ ସାହୁ, ପିଣ୍ଟୁ ସାହା, ସୋମନାଥ ବରିହା, ମନୋରଞ୍ଜନ ସାହା, ମାନସ ସାହୁ, ରୋଶନ ସାହା, ରିତୁରାଜ ସାହୁ, ରିପୁ ମେହେର, ଅମନ ପୁରୋହିତ, ଅର୍ଜୁନ ସାହା, ସୁରେଶ ଖରସେଲ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.