ls

ବଣିବକ୍ରେଶ୍ୱର ପୀଠରେ ବିଶ୍ୱଶାନ୍ତି ମହାଶୈବ ଯଜ୍ଞ ଅନଷ୍ଠିତ

a12

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ପ୍ରସିଦ୍ଧ ବଣିବକ୍ରେଶ୍ୱର ମହାଦେବ ମନ୍ଦିର, କୁଆପଦା ପୀଠସ୍ଥଳୀରେ ବିଶ୍ୱ କଲ୍ୟାଣ ସହ ପରିବେଶକୁ ଶାନ୍ତ ସିଦ୍ଧ ଓ ମଧୁମେୟ କରିବା ଉଦେଶ୍ୟରେ ମହା ଶିବରାତ୍ର ଦିନ ବିଶ୍ୱଶାନ୍ତି ମହାଶୈବ ଯଜ୍ଞ ଅନୁଷ୍ଟିତ ହୋଇଯାଇଛି । ମୁୁଖ୍ୟ ପୁରୋଧା ଦୟାନିଧି ମିଶ୍ର ଓ ସହଯୋଗୀ ବୃନ୍ଦ ଦ୍ୱାରା ଏହା ୫ଦିନ ବ୍ୟାପି ବିଭିନ୍ନ ନିତିକାନ୍ତୀ ପୂଜା ପାଠ ଜଳଯାତ୍ରା, ଶାଲାମଣ୍ଡନ, ସର୍ବଦେବାଦେବୀ ଆବାହନ, ଅଗ୍ନିସ୍ଥାପନ ସହ ଆଜି ମଙ୍ଗଳବାର ଗୋଧୁଳୀ ଲଗ୍ନରେ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଛି ଓ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଛି । ବିଭୁକୃପା ଲାଭ ପାଇଁ ସହସ୍ର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି ।

manabhanjan
Leave A Reply

Your email address will not be published.