csstore

ଡାକ୍ତର ଶ୍ରୀମତୀ ସୁସ୍ମିତା ଦାଶଙ୍କ ମହନୀୟତା

ବରଗଡ଼, (କେପିଏନ୍‌ଏସ୍‌) : ବରଗଡ଼ ଜିଲ୍ଲା କଟାପାଲି ଗ୍ରାମର ମାନିନୀ ଜାଲ ଅତି କମ ବୟସରେ ନିଜ ପିତାଙ୍କୁ ହରାଇ ବାପ ଛେଉଣ୍ଡ ହୋଇଯାଇଥିଲେ । ଘରେ ଗୋଟେ ଛୋଟ ଭାଇ ଆଉ ମା’ । ମା’ ଦିନ ମଜୁରୀ କାମ କରି ପରିବାର ପୋଷଣ କରୁଥିବା ବେଳେ ଝିଅର ପାଠ ପଢ଼ିବାର ଇଚ୍ଛା ଥିବା ସତ୍ୱେ ଅର୍ଥ ଅଭାବରୁ ଯୁକ୍ତ ଦୁଇରେ ଆଡ଼ମିଶନ ହୋଇପାରୁ ନଥିଲା ଶେଷରେ ତାଙ୍କ ମା’ ନିଜ ରାସନ୍ କାର୍ଡ ବନ୍ଧକ ଦେଇ ଯୁକ୍ତ ଦୁଇରେ ନାମ ଲେଖାଇ ଥିଲେ । ଏହି ଖବର ସ୍ୱେଚ୍ଛାସେବୀ ବିକାଶ ଖମାରୀ ଶୁଣିବା ପରେ ଡାକ୍ତର ଶ୍ରୀମତୀ ସୁସ୍ମିତା ଦାଶଙ୍କୁ ଜଣାଇଥିଲେ । ଡାକ୍ତର ଶ୍ରୀମତୀ ଦାଶ ଏ କଥା ଶୁଣିବା ପରେ ଶ୍ରୀ ଖମାରୀଙ୍କୁ ଆସି ଦେଖା କରିବାକୁ କହିଥିଲେ । ଆଜି ଦେଖା ହେବା ମାତ୍ରେ ଝିଅର ନାମ ଲେଖା ବାବଦକୁ ସବୁ ଖର୍ଚ୍ଚ ଦେଲେ ଏବଂ ଆଗକୁ କିଛି ବି ସାହାଯ୍ୟ ଆବଶ୍ୟକ ସବୁ ଯୋଗାଇ ଦେବି ବୋଲି ପ୍ରତିଶୃତି ଦେଇଛନ୍ତି । ଶ୍ରୀମତୀ ଦାଶଙ୍କ ଏହି ମହତ କାର୍ୟ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି ।

jayashree
Leave A Reply

Your email address will not be published.