ଡା. ଶଙ୍କର ରାମଚନ୍ଦାନୀଙ୍କ ମହାନତା : ସାଧାରଣରେ ପ୍ରସଂଶା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସାରଳା କୁମାରୀ ଉପଖଣ୍ଡ ଚିକିତ୍ସାଳୟକୁ ଅକ୍‌ସିଜେନ୍‌ ସିଲିଣ୍ଡର, ପଲ୍ସ ଅକ୍ସିମିଟର, ନେବୋଲାଇଜର ଏବଂ ଗ୍ଲୁକୋମିଟର ଦାନ କରିଛନ୍ତି ଡା. ଶଙ୍କର ରାମଚନ୍ଦାନୀ । ବର୍ତମାନ ଚାଲିଥିବା କରୋନା ମହାମାରୀ ସମୟରେ ଚିକିତ୍ସାଳୟ ମାନଙ୍କରେ ଅକ୍‌ସିଜେନ୍ ଆଦି ଜରୁରୀ ସାମଗ୍ରୀ କମ ଉପଲବ୍ଧ ରହୁଥିବା ଯାଗୁଁ ରୋଗୀମାନେ ଖୁବ ହଇରାଣ ହେଉଥିବା ବେଳେ ଚିକିତ୍ସାଳୟ କର୍ତୃପକ୍ଷ ମଧ୍ୟ ଅସନ୍ତୋଷ ରହୁଛନ୍ତି । ଏପରି ସମୟରେ ନିଜ ଜାଆଁଳା ଝିଅଙ୍କ ଜନ୍ମ ବାର୍ଷିକୀ ଅବସରରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ଏକ ଅକ୍ସିଜେନ ସିଲିଣ୍ଡର, ପଲ୍ସ ଅକ୍ସିମିଟର, ନେବୋଲାଇଜର ଏବଂ ଗ୍ଲୁକୋମିଟର ଡା. ରାମ ଚନ୍ଦାନୀ ଦାନ କରିଥିବା ବେଳେ ତାଙ୍କର ଜଣେ ବନ୍ଧୁ ଅଟଳ ଦୋରା ମଧ୍ୟ ନିଜ ବନ୍ଧୁଙ୍କ ଏହି ମହତ କାର୍ୟ୍ୟରେ ସହାୟକ ହୋଇ ନିଜ ମାଁଙ୍କ ସ୍ମୃତିରେ ଏକ ଅକ୍ସିଜେନ ସିଲିଣ୍ଡର ଦାନ କରିଛନ୍ତି । ନିଜର ମହତ କାର୍ୟ୍ୟ ଏବଂ ରୋଗୀ ସେବା ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବୁର୍ଲା ଭିମସାର ମେଡିକାଲ କଲେଜର ଏସୋସିଏଟ ପ୍ରଫେସର ଡା. ରାମଚନ୍ଦାନୀଙ୍କୁ ନିଜ ଜନ୍ମ ମାଟି ପାଇଁ ଉଦିଷ୍ଟ ଥିବା ଏହି କାର୍ୟ୍ୟ ପାଇଁ ବୁଦ୍ଧିଜୀବୀ ମହଲରେ ଖୁବ ପ୍ରସଂଶା କରାଯାଇଛି ।

jittmm
Leave A Reply

Your email address will not be published.