ମହଲେ ଗ୍ରାମ ଠାରେ ବିଶ୍ୱ ଏଡ୍‌ସ ଦିବସ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଗୋଷ୍ଠୀ ସ୍ୱାସ୍ଥ୍ୟ ସାଧନା କେନ୍ଦ୍ର ଖରଜୁରା ଅନ୍ତର୍ଗତ ମହଲେ ଗ୍ରାମ ଠାରେ ବିଶ୍ୱ ଏଡ୍‌ସ ଦିବସ ପାଳିତ ହୋଇଯାଇଛି । ଏଥିରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ଡ଼ା ସଂଗୀତା ଚୌଧୁରୀ, ଅଶୋକ କୁମାର ମିଶ୍ର, ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ନାଇକେନପାଲି, ଶ୍ରୀମତୀ କଲ୍ୟାଣୀ ସାହୁ, ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ସ୍ଥାନୀୟ ଆଶା କର୍ମୀ ଏବଂ ଅଙ୍ଗନବାଡି ଦିଦି ଉପସ୍ଥିତ ଥିଲେ । ଡ଼ା ଚୌଧୁରୀ ଏଡ୍‌ସ ରୋଗର ପୁଙ୍ଖାନୁ ପୁଙ୍ଖ ଆଲୋଚନା କରିଥିଲେ । ଶ୍ରୀ ମିଶ୍ର ସଭାପ ରିଚାଳନା କରିଥିବା ବେଳେ ସ୍ଥାନୀୟ ମହିଳା ସ୍ୱାସ୍ଥ୍ୟ କର୍ମୀ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.

two × 3 =