jayashree

ବଲାଙ୍ଗିର ସହରର ବିଭିନ୍ନ ପେଟ୍ରୋଲ ପମ୍ପ ପରିଦର୍ଶନ କରି ଇନ୍ଧନର ମହଜୁଦ ସ୍ଥିତି ଯାଞ୍ଚ କଲେ ଉପ-ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉପ-ଜିଲ୍ଲାପାଳ, ବଲାଙ୍ଗିର ସଦର ଏସିଏସଓ ଏବଂ ପୁଇଁତଲା ଯୋଗାଣ ନିରୀକ୍ଷକଙ୍କ ଉପସ୍ଥିତିରେ ବଲାଙ୍ଗିର ସହରର ବିଭିନ୍ନ ପେଟ୍ରୋଲ ପମ୍ପ ପରିଦର୍ଶନ କରି ଇନ୍ଧନର ମହଜୁଦ ସ୍ଥିତି ଏବଂ ବିକ୍ରୟ ପ୍ରକ୍ରିୟାର ସରଜମିନ ଯାଞ୍ଚ କରିଛନ୍ତି । ପରିଦର୍ଶନ ସମୟରେ ନିମ୍ନଲିଖିତ ତଥ୍ୟ ସାମ୍ନାକୁ ଆସିଛି । ପାଣିଗ୍ରାହୀ ଫ୍ୟୁଏଲ୍ସ, ଶାନ୍ତିପଡ଼ା ଯାଞ୍ଚ ସମୟରେ ଏଠାରେ $4,995$ ଲିଟର ଡିଜେଲ ଏବଂ ୩,୬୭୮ ଲିଟର ପେଟ୍ରୋଲ ମହଜୁଦ ରହିଛି । ଏହା ସହିତ ଝାରସୁଗୁଡ଼ାରୁ ଆସୁଥିବା ଆଉ ଏକ ଗାଡ଼ି (ଲୋଡ୍‌) ଯେଉଁଥିରେ ୮,୦୦୦ ଲିଟର ଡିଜେଲ ଏବଂ ୪,୦୦୦ ଲିଟର ପେଟ୍ରୋଲ ରହିଛି । ତାହା ଆଜି ବିଳମ୍ବିତ ରାତିରେ ପହଞ୍ଚିବାର ଅଛି । ସରୋଜିନୀ ଫିଲିଙ୍ଗ ଷ୍ଟେସନ, ପଥରଚେପା : ଏହି ଫିଲିଙ୍ଗ ଷ୍ଟେସନରେ ପୂର୍ବରୁ ୨,୬୦୦ ଲିଟର ଡିଜେଲ ମହଜୁଦ ଥିବାବେଳେ, ପରିଦର୍ଶନ ସମୟରେ ଆଉ ୮,୦୦୦ ଲିଟର ଡିଜେଲ ଏବଂ ୪,୦୦୦ ଲିଟର ପେଟ୍ରୋଲ ଗାଡ଼ିରୁ ଅନଲୋଡ୍ (ଖାଲି) କରାଯାଉଥିବା ଦେଖିବାକୁ ମିଳିଛି । ବଲାଙ୍ଗିର ସହରରେ ଥିବା ଅନ୍ୟ ସମସ୍ତ ପେଟ୍ରୋଲ ପମ୍ପଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଇନ୍ଧନ ମହଜୁଦ ରହିଛି ଏବଂ ସେଗୁଡ଼ିକ ସ୍ଵାଭାବିକ ଭାବରେ କାର୍ଯ୍ୟ କରୁଛି । ସମଗ୍ର ବଲାଙ୍ଗିର ସହରରେ କୌଣସି ପ୍ରକାରର ଇନ୍ଧନ (ତେଲ) ସଙ୍କଟ କିମ୍ବା ଅଭାବ ନାହିଁ । ଜନସାଧାରଣଙ୍କୁ ଆଦୌ ଆତଙ୍କିତ ନହେବା ପାଇଁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.