pakka

ମଧୁବନ ଶ୍ରୀ ଶ୍ରୀ ଲୋକନାଥେଶ୍ୱର ମହାଦେବ ମନ୍ଦିରରେ ବିଶ୍ୱଶାନ୍ତି ପଞ୍ଚ ମହାଯଜ୍ଞ

bbehera

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଗଡ଼ମୁଠା ଅଞ୍ଚଳର ମଧୁବନ ଠାରେ ପୁରାତନ ଓ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଲୋକନାଥେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ବିଶ୍ୱ ଶାନ୍ତି ଶ୍ରୀ ବିଷ୍ଣୁ ପଞ୍ଚାୟତନ ପଞ୍ଚ ମହାଯଜ୍ଞ ଫେବୃଆରୀ ୨୯ ତାରିଖରୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ଆୟୋଜନ ହେବ । ୨୯ ତାରିଖ ରବିବାର ଦୀକ୍ଷା ଗ୍ରହଣ, କଳସ ଯାତ୍ରା, ୫୬ ପ୍ରହରୀ ନାମଯଜ୍ଞ ଆରମ୍ଭ ଓ ସନ୍ଧ୍ୟାରେ ଅଙ୍କୁରାରୋପଣ, ୩୦ ତାରିଖ ସୋମବାର କର୍ମାରମ୍ଭ, ବ୍ରାହ୍ମଣବରଣ, ସାଲା ସଂସ୍କାର ଓ ବୈଷ୍ଣବାଗ୍ନି ସ୍ଥାପନ ହେବ । ୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ଘୃତଯଜ୍ଞ, ନାମଯଜ୍ଞ, ଅନ୍ନଯଜ୍ଞ, ଗୋ ଯଜ୍ଞ, ଜପ ଯଜ୍ଞ ସହ ସୂର୍ଯ୍ୟ ପୂଜା ଆଦି କାର୍ଯ୍ୟ ସମ୍ପାଦନ ହେବ । ମାର୍ଚ୍ଚ ୫ ତାରିଖ ରବିବାର ଅପରାହ୍ନ ଅମୃତ ବେଳାରେ ଯଜ୍ଞ ପୂର୍ଣ୍ଣାହୁତି, ଦଧିହାଣ୍ଡି ଭଞ୍ଜନ ଓ ନଗର କିର୍ତ୍ତନ କାର୍ଯ୍ୟକ୍ରମ ରହିଛି । ପଣ୍ଡିତ ଭବାନୀ ଶଙ୍କର ତ୍ରିପାଠୀ ମୁଖ୍ୟ ପୁରୋଧା ରହିଛନ୍ତି । ଉକ୍ତ ମହାଯଜ୍ଞରେ ବହୁସଂଖ୍ୟରେ ଯୋଗଦାନ କରି ପ୍ରଭୁ କୃପା ଲାଭ କରିବାକୁ ମନ୍ଦିର କମିଟି ପକ୍ଷରୁ ବରିଷ୍ଠ ସାମ୍ବାଦିକ ତଥା ମଧୁବନବାସୀ ରବି ରଥ ନିବେଦନ କରିଛନ୍ତି ।

jay balangir
Leave A Reply

Your email address will not be published.

fourteen − 5 =