csstore

କୁଲୁତାପଡାରେ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା କୁଲୁତାପଡାଠାରେ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ମହାସମାରୋହରେ ସମ୍ପନ୍ନ ହୋଇଛି । ଗତକାଲି ଅପରାହ୍ନ ଘ.୪ ସମୟରେ କଳସ ଯାତ୍ରା ହୋଇଥିଲା । ସନ୍ଧ୍ୟା ଘ.୬ରେ ଦୀପ ଯଜ୍ଞ ହୋଇଥିଲା । ଏହି ଯଜ୍ଞକୁ ଛତିଶଗଡର ଚରଣ ଯାଦବ ଯଜ୍ଞ ସଂଚାଳନ କରିଥିଲେ । ଗଣେଷ ପ୍ରଧାନ, ଅମର ଭାଇ, ନବ କିଶୋର ସାହୁ, ମଣି ସାହୁ, ରାଜୀବ ଭୋଇ ସହଯୋଗ କରିଥିଲେ । ବଲାଙ୍ଗିର ଟିଟିଲାଗଡ, ତୁଷୁରା, ଚାରଭଟାର ଗାୟତ୍ରୀ ପରିବାର ଭାଇ ଭଉଣୀ ଉପସ୍ଥିତ ଥିଲେ । ସାନ୍ତନୁ କୁମାର ପାତ୍ର, ବିନୋଦ ଭାଇ, ରାଧାରମଣ କେଡିଆ, ଜଗଦୀଶ କେଡିଆ, ସୋଉରିଆ ଜୈନ, ଯୁଗଲ କିଶୋର ଝା, ଦୟାନିଧି ପ୍ରଧାନ, ଗୋପବନ୍ଧୁ ପ୍ରଧାନ, ମୁଖ୍ୟଦା ଶର୍ମା, ବିଣାପାଣି ଆଚାର୍ଯ୍ୟ, ନଳିନୀ ତ୍ରିପାଠୀ, ରୀନା, ବବି, ଭୁବନେଶ୍ୱରୀ, ସଂଜିତା, ନର୍ମଦା ପାତ୍ର, ସିଦ୍ଧି ସହଯୋଗ କରିଥିଲେ । ଏହି ଯଜ୍ଞରେ ରୋଶନ ସାହୁ ଓ ସୌଦାମିନୀ ସାହୁ ଦିକ୍ଷା ଗ୍ରହଣ କରିଥିଲେ । ଶେଷରେ ବଲାଙ୍ଗିର ଜିଲ୍ଲା ସଂଯୋଜକ ଉଦୟନାଥ ପାତ୍ର ଯଜ୍ଞ ସଂଚାଳକଙ୍କୁ ତିଳକ କରି ଯଜ୍ଞ କାର୍ଯ୍ୟ ଶେଷ କରିଥିଲେ ।

jayashree
Leave A Reply

Your email address will not be published.