
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ କ୍ୟାରିୟର କାଉନସେଲିଂ ପ୍ରୋଗାମ ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରୋଗ୍ରାମରେ ଛାତ୍ରମାନଙ୍କ ଜୀବନରେ ତଥା ସାଂପ୍ରତିକ ଯୁଗରେ ଏଆଇର ଭୂମିକା ସଂପର୍କରେ ଆଲୋଚନା ହୋଇଥିଲା । ଓଡିଶା ସରକାରଙ୍କ ଅନ୍ତର୍ଗତ ଓକେସିଏଲ୍ (ଓଡ଼ିଶା ନଲେଜ କର୍ପୋରେସନ ଲିମିଟେଡ୍)ର ଏଆଇ ଟ୍ରେନର ଭୀଷ୍ମଦେବ ସାହା ଏଆଇର ବ୍ୟବହାର ସଂପର୍କରେ ଆଲୋଚନା କରିବା ସହ ଅଡିଓ ଭିଜୁଆଲ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଟ୍ରେନିଂ ଦେଇଥିଲେ । କୋଡର଼୍ିନେଟର ନିତ୍ୟାନନ୍ଦ ଜେନା ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ସଭା ଶେଷର ପ୍ରାଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଟ୍ରେନିଂ ପ୍ରୋଗ୍ରାମରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ସହ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ ।